ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେଓ

ନୂଆଦିଲ୍ଲୀ,୧୦।୧୨: ବିଷ୍ଣୁଦେଓ ସାଏ ଛତିଶଗଡର ହେଲେ ମୁଖ୍ୟମନ୍ତ୍ରୀ  । ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣଦେଓଙ୍କ ନାଁ ଲାଗିଲା ମୋହର। କୁନକୁରୀ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି ବିଷ୍ଣୁଦେଓ।ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର ବାଜିଛି। ବିଷ୍ଣୁଦେବ ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। ଅଜିତ ଯୋଗୀଙ୍କ ପରେ ବିଷ୍ଣୁଦେଓ ହେଉଛନ୍ତି ଦ୍ୱିତୀୟ ଆଦିବାସୀ ଚେହେରା ଯିଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଛତିଶଗଡ଼ ବିଜେପିର ଆଦିବାସୀ ଚେହେରା ହେଉଛନ୍ତି ସାୟ। ବିଷ୍ଣୁଦେଓ ସାୟ 4 ଥର ସାଂସଦ ଓ 2 ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ମୋଦି ସରକାରର ପ୍ରଥମ ପାଳରି କେନ୍ଦ୍ରମନ୍ତ୍ରୀ ଥିଲେ ସାୟ। ଅଜିତ ଯୋଗୀଙ୍କ ପରେ ସାୟ ହେବେ ଛତିଶଗଡ଼ର ଦ୍ବିତୀୟ ଆଦିବାସୀ ମନ୍ତ୍ରୀ|୫୯ ବର୍ଷୀୟ ବିଷ୍ଣୁ ଦେଓ ବିଜେପିର ବରିଷ୍ଠ ନେତା। କୁନକୁରୀ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। କୁନକୁରୀ ସୀମା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାକୁ ଲାଗିଛି। ବିଜେପିର ଆଦିବାସୀ ଚେହେରା ବିଷ୍ଣୁଦେଓ । ସାଂସଦ ସହ କେନ୍ଦ୍ର ମନ୍ତ୍ରୀ ବି ରହିସାରିଛନ୍ତି । ରମଣ ସିଂଙ୍କ ଘନିଷ୍ଠ ଭାବେ ବେସ୍ ଜଣାଶୁଣା ବିଷ୍ଣୁଦେଓ। ସରପଞ୍ଚ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୦ରୁ ୯୮ ପର୍ଯ୍ୟନ୍ତ ଅବିଭକ୍ତ ମଧ୍ୟପ୍ରଦେଶ ବିଧାନସଭାର ବିଧାୟକ ଥିଲେ। ୧୯୯୯ ମସିହାରେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ରାୟଗଡ ଆସନରୁ ସଂସଦକୁ ଆସିଥିଲେ ବିଷ୍ଣୁଦେଓ। ୨୦୧୯ ପର୍ଯ୍ୟନ୍ତ ରାୟଗଡ ସାଂସଦ ରହିଥିଲେ। ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିଲେ ବିଷ୍ଣୁଦେଓ। ୨୦୦୬ ଓ ୨୦୨୦ରେ ଛତିଶଗଡ ରାଜ୍ୟ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!