ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ,୧୦।୧୨: ବହୁଜନ ସମାଜ ପାର୍ଟିର(ବିଏସ୍‌ପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଦଳର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ତାଙ୍କ ପରେ ପୁତୁରା ଆକାଶ ଆନନ୍ଦ ହିଁ ଦଳର ଦାୟିତ୍ୱ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଦଳୀୟ ବୈଠକରେ ସେ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ପୁତୁରା ଆକାଶ ଆନନ୍ଦଙ୍କୁ ସେ ନିଜ ରାଜନୈତିକ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି।ମାୟାବତୀ ଦଳର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟର ପ୍ରମୁଖ ପଦାଧିକାରୀମାନଙ୍କୁ ଏହି ବୈଠକକୁ ଡାକିଥିଲେ। ଆକାଶ ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ସାନଭାଇ ଆନନ୍ଦ କୁମାରଙ୍କ ପୁଅ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!