ଗୁଡ଼ି ଉଡ଼ାଉଥିବାବେଳେ ଟ୍ରେନରେ ଧକ୍କା ହୋଇ ଚାଲିଗଲା ନାବାଳକର ଜୀବନ

ଭୁବନେଶ୍ୱର,୧୦।୧୨:ପିଲାଟି ସାଙ୍ଗମାନଙ୍କ ଗୁଡ଼ି ଉଡ଼ାଉଥିଲା। ଗୁଡ଼ି ଉଡ଼ାଇଲା ବେଳେ କଟିଗଲା ସୂତା। ଟ୍ରେନ୍ ଲାଇନ୍ ଅପର ପାର୍ଶ୍ୱରେ ସୂତା ଆଣିବା ପାଇଁ ଗଲା ବେଳେ ମାଡ଼ିଗଲା ଲୌହଦାନବ। ରାଜଧାନୀ ଭୁବନେଶ୍ୱରରେ ଏହି ଦୁର୍ଘଟଣା ଘଟିଛି। ପିଲାଟିର ନାଁ ସୂର୍ଯ୍ୟକାନ୍ତ ପାତ୍ର( ୧୪) ବର୍ଷ। ତାର ଘର ଶହିଦନଗର ଶାନ୍ତିପଲ୍ଲୀ ବସ୍ତିରେ।ଗତକାଲି ଅପରାହ୍ନ ସମୟରେ ଟ୍ରେନ ଲାଇନ ପାର୍ଶ୍ଵରେ ସୂର୍ଯ୍ୟକାନ୍ତ ଗୁଡ଼ି ଉଡ଼ାଉଥିଲା। ଏହି ସମୟରେ ଗୁଡ଼ିର ସୂତା କଟିଯାଇଥିଲା। ଗୁଡ଼ିର ସୂତା ଟ୍ରେନ ଲାଇନ ଅପର ପାର୍ଶ୍ୱରେ ପଡ଼ି ଯାଇଥିଲା। ସୂର୍ଯ୍ୟକାନ୍ତ ଟ୍ରେନ ଲାଇନ ପାର ହୋଇ ସୂତା ଆଣିବାକୁ ଗଲା ବେଳେ ପିଲାଟିର ଉପରେ ମାଡ଼ିଗଲା ଲୌହଦାନବ। ସେହିଠାରେ ହିଁ ନାବାଳକର  ମୃତ୍ୟୁ ଘଟିଥିଲା। GRP ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!