ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୦।୧୨ :ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ସରାଗୁଡ଼ା ଗ୍ରାମର ସନୁ ମାଝୀ ସେବା ସଂଘ ସଭା ଗୃହରେ ଯାଇ ସହିଦ ପରିବାର ର ଦାୟାଦ ମାନଙ୍କ ଦୁଃଖ ବୁଝିଲେ ଡାବୁଗାଁ ବିଧାୟକ ଶ୍ରୀ ମନାହାର ରନ୍ଧାରୀ । ସୂଚନାଯୋଗ୍ୟ:- ୧୯୪୨ ଭାରତ ଛାଡ଼ ଆନ୍ଦୋଳନର ଚାଲିଥିବା ବେଳେ ବିପ୍ଲବୀ ସନୁ ମାଝୀଙ୍କ ନେତୃତ୍ବରେ ୧୯୪୨ ଅଗଷ୍ଟ ମାସ ୨୦ ତାରିଖ ଦିନ ସରାଗୁଡ଼ା କାଠପୋଲ ଭାଙ୍ଗୀ ୩୦୦ରୁ ଉର୍ଦ୍ଧ୍ଵ କର୍ମୀ ବ୍ରିଟିସ୍ ସରକାର ଦ୍ବାରା ଗିରଫ ହୋଇଥିଲେ । ଯାହାର ଏହି କ୍ରାନ୍ତି ବିପ୍ଲବିକୁ ଆଖି ଆଗରେ ରଖି ଗୋରାସରକାର ସନୁମାଝୀଙ୍କୁ ଜିଅନ୍ତା କିମ୍ବା ମୁଣ୍ଡ କାଟିବା ପାଇଁ ୧୦ ହଜାର ଟଙ୍କା ଘୋଷଣା କରିଥିଲେ । ଏହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ସରଗୁଡା ଠାରେ ପଲଭଙ୍ଗା ଦିବସ ପାଳନ କରାଯାଏ। ଆଜି ଡାବୁଗାଁ ବିଧାଯାକ ସାରଗୁଡା ଗ୍ରାମର ସନୁ ମାଝୀ ସେବାସଙ୍ଘ କୁ ଯାଇ ସହିଦ ପରିବାରର ଦାୟାଦ ମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଯଥା ଶୀଘ୍ର ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ ।ଏହି ସମୟରେ ଉପସ୍ଥିତ ଥିଲେ ସାନୁମାଝୀ ସେବା ସଂଘର ସଭାପତି ଦଇନୁ ପୂଜାରୀ,ସଂଯୋଜକ ସରାଦୁ ପୂଜାରୀ, ସମ୍ପାଦକ ନକୁଳ ପୂଜାରୀ ଏବଂ କେସେବ ନାୟକ,ଗଣେଶ ପୂଜାରୀ,ଗଜେନ୍ଦ୍ର ମାଝୀ ସମେତ ୧୦୦ରୁ ଉର୍ଦ୍ଧ୍ବ ସହିଦ ମାନଙ୍କ ଦାୟାଦ ମାନେ ଉପସ୍ଥିତଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |