ଭୁବନେଶ୍ବର,୧୦ା୧୨: ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ପ୍ରଥମ ‘ଓଡ଼ିଶା କନକର୍ସ ଡି’ ଏଲିଗାନ୍ସ’ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରି ଏଭଳି ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ ହେଉଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ସମଗ୍ର ଭାରତରୁ ୫୦ରୁ ଅଧିକ ଭିଣ୍ଟେଜ୍ କାର୍କୁ ପ୍ରଦର୍ଶିତ କରାଯାଇଛି। ପ୍ରଦର୍ଶିତ ପ୍ରତିଟି କାର୍ ବିଗତ ଦିନର ସମୃଦ୍ଧ ଇତିହାସ ଏବଂ କାରିଗରୀର ମୂକସାକ୍ଷୀ ପାଲଟିଥିବା ବେଳେ ସେଗୁଡ଼ିକ ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ନୂଆଦିଲ୍ଲୀ, ଚେନ୍ନାଇ ତଥା ଭୁବନେଶ୍ବରରୁ ଆସିଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରେ ଧର୍ମାଦିତ୍ୟ ପଟ୍ଟନାୟକଙ୍କ ବେଞ୍ଜ ମୋଟରୱାଗନର ୧୮୮୬ ପ୍ରତିକୃତି, ୧୯୩୪ର ରୋଲ୍ସ ରଏସ୍ ୨୦/୨୫, ୧୯୨୯ର ବୁଗାଟି ଟିଏସଏସ ଗ୍ରାଣ୍ଡ ପ୍ରିକ୍ସ, ୧୯୩୨ର ଫର୍ଡ ଭି, ୧୯୨୦ର ମୁନ ୬-୪୨, ୧୯୪୭ର କାଡିଲାକ କୁପ୍, ୧୯୬୨ର ଜାଗୁଆର ଏମକେ ୨ ସାଲୁନ ଓ ଆହୁରି ଅନେକ କାର୍ ସାମିଲ ହୋଇଛି।ଭୁବନେଶ୍ୱର ବରମୁଣ୍ଡାରେ ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ ଚାଲିଥିବା ବେଳେ ଆଜି ଦେଖା ଦେଇଥିଲା ଉତ୍ତେଜନା। ପୁଲିସ-ଜନତା ହୋଇଥିଲେ ଧସ୍ତାଧସ୍ତି। ଲୋକଙ୍କୁ ଗେଟ୍ ଭିତରକୁ ନଛାଡ଼ିବାରୁ ଠେଲାପେଲା ସ୍ଥିତି ଉପୁଜିଥିଲା।ଗତକାଲିଠାରୁ ବରମୁଣ୍ଡା ପଡ଼ିଆରେ ଭିଣ୍ଟେଜ୍ କାର ପ୍ରଦର୍ଶନୀ ଚାଲିଥିବା ବେଳେ ପ୍ରଦର୍ଶନୀକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ ବାରଣ ରହିଛି। ଆଜି ଅପରାହ୍ନରେ କିଛି ଲୋକ ଜବରଦସ୍ତି ପ୍ରଦର୍ଶନୀ ଦେଖିବାକୁ ନେଇ ହୋଇଥିଲା ଖଣ୍ଡଯୁଦ୍ଧ। କିଛି ଲୋକ ଜବରଦସ୍ତି ପ୍ରଦର୍ଶନୀ ଦେଖିବାକୁ ଜିଦ୍ କରିବା ପରେ ସୁରକ୍ଷାକର୍ମୀଙ୍କ ସହ ହାତାହାତି ହୋଇଥିଲେ।ପରେ ପୁଲିସ୍ ପହଞ୍ଚିବା ପରେ ପୋଲିସ୍ ସହ ପାଟିତୁଣ୍ଡ ସାଙ୍ଗକୁ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ତେବେ ପରେ ଘଟଣା ସ୍ଥଳରେ ଡିସିପି ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |