ପୁରୀ,୧୦।୧୨:ପବିତ୍ର ଦେବଦୀପାବଳିରେ ବଡ଼ଦାଣ୍ଡରେ ଜଳିବ ଏକ ଲକ୍ଷ ଦୀପ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶା ନିଯୋଗ ପକ୍ଷରୁ ଏହି ଦୀପଦାନ କରାଯିବ ।ଏହି ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ଜଳାଯିବ। ଆସନ୍ତା ୧୨ ତାରିଖ ଦେବଦୀପାବଳିରେ ଏକ ଲକ୍ଷ ଦୀପଦାନ କରାଯିବ । ଏହି ସମୟରେ ପୁରୀ ସହର ପ୍ରତି ଘରେ ଦୀପଦାନ କରିବାକୁ ନିବେଦନ କରାଯାଇଛି। ଏଥିରେ ଭକ୍ତ ଦର୍ଶନାର୍ଥିଙ୍କ ସହ ବିଭିନ୍ନ ସାଂସ୍କୃତିକ ଓ ସେଚ୍ଛାସେବୀ ସଂଗଠନ ସାମିଲ ହେବେ। ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁହ ଦୀପଦାନ କରାଯିବ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏହି ସମୂହ ଦୀପଦାନରେ ଯୋଗ ଦେବାକୁ ଯଜ୍ଞ ଓ ଭଜନ ସମାରୋହ କମିଟିର ସାଂଗଠନିକ ସଂପାଦକ ଶୁଭାସିସ୍ ଖୁଣ୍ଟିଆ ଆହ୍ୱାନ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |