ନୂଆଦିଲ୍ଲୀ,୨୮।୧୦: ଭାରତୀୟ ଦଳ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜର ପ୍ରଥମେ ମ୍ୟାଚ୍ ରବିବାର ଡର୍ବାନରେ ଖେଳାଯିବ। କିନ୍ତୁ ଏହାପୂର୍ବରୁ ଡର୍ବାନରେ ବର୍ଷା ଆରମ୍ଭ ହୋଇଯାଇଛି, ଯେଉଁଥିପାଇଁ ମ୍ୟାଚ୍ ପାଇଁ ଟସ୍ ବିଳମ୍ବ ହେବ।ଏହି ଟି-୨୦ ସିରିଜରେ ସୂର୍ୟ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି -୨୦ ସିରିଜରେ ସେ ଅଧିନାୟକତ୍ୱ ଗ୍ରହଣ କରିଥିଲେ। ଏହି ସିରିଜରେ ଭାରତୀୟ ଦଳ ମଧ୍ୟ ୪-୧ ର ଦୃଢ଼ ବିଜୟ ହାସଲ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |