ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ବାଗେଶ୍ୱର ବାବା

ପୁରୀ ,୧୧।୧୨:ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ବାଗେଶ୍ୱର ବାବା। ବାଗେଶ୍ୱର ଧାମର ବାବା ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ଗତକାଲି ଭୁବନେଶ୍ୱରରରେ ପହଞ୍ଚିବାପରେ ସନ୍ଧ୍ୟାରେ ପୁରୀ ଗସ୍ତ କରିଥିଲେ।କଡା ସୁରକ୍ଷା ବଳୟ ମଧ୍ୟରେ ଶିଷ୍ୟମାନଙ୍କ ଗହଣରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ମାଆ ବିମଳା,ଲକ୍ଷ୍ମୀମନ୍ଦିର ମଧ୍ୟ ଦର୍ଶନ କରିଥିଲେ। ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିସରରେ ରହିବା ସହ ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ ବାବା ବାଗେଶ୍ୱର। ବାବା ବାଗେଶ୍ୱରଙ୍କୁ ୬କେଜି ୫ଶହ ଓଜନର ପିତ୍ତଳ ଗଦା ପ୍ରଦାନ କରିଛନ୍ତି କଟକ ଧବଳେଶ୍ୱର ମନ୍ଦିରର ପୂଜକ ସୀତେଶ କୁମାର ପତ୍ରୀ।ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ବାଗେଶ୍ବର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ମହାପ୍ରଭୁଙ୍କ ସାନିଧ୍ୟ ନେବା ସହ ଭାରତକୁ ହିନ୍ଦୁରାଷ୍ଟ୍ରରେ ଖୁବଶୀଘ୍ର ସାକାର ରୂପ ଦେବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ । ଶ୍ରୀମନ୍ଦିରରେ ପ୍ରାୟ ୧ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରି ବାବା ଭାବବିହ୍ବଳ ହେବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ଶ୍ରୀମନ୍ଦିରରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ । ନିଜ ଜଗନ୍ନାଥ ଦର୍ଶନ ଅନୁଭୂତି ଖୁବସୁନ୍ଦର ରହିଛି ବୋଲି କହିବା ସହ ଜାନୁୟାରୀ ୨୨ରେ ହେବାକୁ ଯାଉଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବିଷୟରେ ପ୍ରତିକ୍ରିୟା ଦେଇ ସେ ସମସ୍ତ ଭାରତୀୟଙ୍କ ବିଜୟ ବୋଲି କହିଥିଲେ। ତେବେ ଶ୍ରୀମନ୍ଦିର ଯିବା ପୂର୍ବରୁ ସେ ସିଂହଦ୍ବାର ଠାରେ ନିଜ କଠଉ ରଖିଦେଇ ଯାଇଥିଲେ । ଯାହାକୁ ମୁଣ୍ଡ ଛୁଇଁ ଦର୍ଶନ କରିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଥିଲା । ସେପଟେ ହନୁମାନ ସାଧକ ବାବା ବାଗେଶ୍ବରଙ୍କୁ ଧବଳେଶ୍ବରଙ୍କ ପୂଜକ ସିତେଶ ପତ୍ରି ଏକ ପିତ୍ତଳର ଗଦା ଉପହାର ଦେଇଥିଲେ । ଯାହାର ଓଜନ ପ୍ରାୟ ସାଢ଼େ ଛଅ କିଲୋ ଓ ମୂଲ୍ୟ ୧୨ହଜାର ଟଙ୍କା ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!