ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟ ଶୁଣାଇଲେ ନିଜର ରାୟ

ନୂଆଦିଲ୍ଲୀ,୧୧।୧୨:  ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏହାକୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ବାଣ୍ଟିବା ବିରୁଦ୍ଧରେ ଦାଖଲ ଯାଚିକା ଉପରେ ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ , ବିଚାରପତି ସଂଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ବିଆର୍ ଗୱଇ, ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୫ ଜଣିଆ ପୀଠ ଆଜି ଏହି ନିଷ୍ପତ୍ତିି ଶୁଣାଇଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ୫ ଜଣ ବିଚାରପତି ୩ ପ୍ରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଅନ୍ତିମ ନିଷ୍ପତ୍ତି ସମାନ ଅଟେ । ମୁଖ୍ୟ ବିଚାରପତି କହିଛନ୍ତି ଧାରା ୩୭୦ ଏକ ଅସ୍ଥାୟୀ ପ୍ରାବଧାନ ଥିଲା ।ଧାରା ୩୭୦ ଉଚ୍ଛେଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରି କୌଣସି ଭୁଲ୍ କରିନାହାନ୍ତି କେନ୍ଦ୍ର ସରକାର। ଧାରା ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବୈଧ କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ। ଏଣୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ । ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା ଓ ରହିବ । ସେ କହିଛନ୍ତି ଦେଶ ସ୍ୱାଧୀନତା ସମୟରେ ଯେତେବେଳେ ଜାମ୍ମୁ କାଶ୍ମୀର ଭାରତରେ ବିଲୟ ହୋଇଥିଲା ସେହି ସମୟରୁ ଏହାର ସ୍ୱତନ୍ତ୍ରତା ଶେଷ ହୋଇଯାଇଥିଲା । ଏଣୁ ଜାମ୍ମୁ କାଶ୍ମୀରର ସମ୍ବିଧାନ ଭାରତୀୟ ସମ୍ବିଧାନ ମଧ୍ୟରେ ହିଁ ଆସିବ । ଭାରତୀୟ ସମ୍ବିଧାନ ଅନୁସାରେ ଏହି ରାଜ୍ୟ ଦେଶ ଉପରେ ରହିପାରିବ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!