ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ,୧୧।୧୨:ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି।ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ଆଜି ବିଜେପି ବିଧାୟକ ଦଳର ନେତା ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ବିଧାୟକ ଦଳ ନେତା ଭାବେ ଶ୍ରୀ ଯାଦବ ଏବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇବେ। ଭାଜପା ବିଧାୟକ ଦଳର ବୈଠକରେ ମୋହନ ଯାଦବଙ୍କ ନାଁରେ ମୋହର ବାଜିଛି। ସେ ଶିବରାଜ ସିଂ ଚୌହାନଙ୍କ ସ୍ଥାନ ନେବେ। ଏହାସହ ରାଜ୍ୟରେ ୨ ଉପମୁଖ୍ୟମନ୍ତ୍ରୀ ଭାବେ ଜଗଦୀଶ ଦେଓଡା ଏବଂ ରାଜେନ୍ଦ୍ର ଶୁକ୍ଲା ଶପଥ ନେବେ। ନରେନ୍ଦ୍ର ସିଂ ତୋମାର ବାଚସ୍ପତି ହେବେ।
ଜୁଲାଇ ୨, ୨୦୨୦ରେ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱାଧୀନ ସରକାରରେ ମୋହନ ଯାଦବ କ୍ୟାବିନେଟ ମନ୍ତ୍ରୀ (ଉଚ୍ଚଶିକ୍ଷା) ଭାବରେ ଶପଥ ଗ୍ରହଣ କରିଥିଲେ। ମୋହନ ୨୦୧୩ରେ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ନଭେମ୍ବର ୧୭ରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏହାର ଫଳାଫଳ ନଭେମ୍ବର ୩୦ରେ ପ୍ରକାଶ ପାଇଥିଲା। ଫଳାଫଳରେ ଭାଜପା ବହୁ ସଂଖ୍ୟାରେ ଜିତିଥିଲା। ଭାଜପା ୧୬୩ଟି ଆସନ ପାଇଥିବାବେଳେ କଂଗ୍ରେସକୁ ମାତ୍ର ୬୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!