ନିଜକୁ କିରୋସିନ ଢ଼ାଳି ଜାଳିଦେଲେ କଲେଜ ଛାତ୍ରୀ

ଗଞ୍ଜାମ,୧୧।୧୨: କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇଦେଲେ ଛାତ୍ରୀ । କିରୋସିନ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ କଲେଜ ଛାତ୍ରୀ । ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗାଁରେ । ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଗୌଡ( ୧୭)। ତେବେ କେଉଁ କାରଣ ପାଇଁ ଛାତ୍ରୀଜଣକ ଆତ୍ମହତ୍ୟା କଲେ ତା’ର କାରଣ ଜଣାପଡ଼ିନାହିଁ। । ଘଟଣାସ୍ଥଳରେ କୋଟିନଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।କିରୋସିନ ଢାଳି ନିଜକୁ ଜାଳିଦେଲେ କଲେଜ ଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗାଁରେ । ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଗୌଡ( ୧୭)।ଆଜି ସକାଳେ ପୂଜା ଘରେ ଏକୁଟିଆ ଥିଲେ। ଏହି ସମୟରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ପୋଡ଼ା ଗନ୍ଧ ବାରି ପାଖ ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ପୂଜା ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ନିଆଁକୁ ଲିଭାଇବା ଚେଷ୍ଟା କରିଥିଲେ। ହେଲେ ବିଳମ୍ବ ହୋଇଯାଇଥିଲା। ପୂଜା ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ପୂଜାଙ୍କ ବାପା ସୁରତରେ କାମ କରୁଥିବା ବେଳେ ମା’ ଆଜି ସକାଳେ ବିଲକୁ କାମକୁ ଯାଇଥିଲେ। ପୂଜାଙ୍କର ଏକ ମାତ୍ର ଭାଇ କଲେଜ ଯାଇଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!