ଭୋପାଳ,୧୧।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟପ୍ରଦେଶର ନୂଆ ବାଚସ୍ପତି ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ହାଇକମାଣ୍ଡ।ମଧ୍ୟପ୍ରଦେଶରେ କ୍ଷମତା ଦଖଲ କରିଥିବା ବିଜେପି ଆଜି ଶ୍ରୀ ତୋମାର ବାଚସ୍ପତି ଭାବେ ହେବେ ବୋଲି ଘୋଷଣା କରିଛି। ଶ୍ରୀ ତୋମାର କେନ୍ଦ୍ରର କୃଷି ମନ୍ତ୍ରୀ ଥିଲେ ମଧ୍ୟ ତାଙ୍କୁ ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲା।ସେ ଦିମାନି ଆସନରୁ ବିଜୟୀ ହୋଇଥିଲେ। ବିଧାୟକ ଭାବେ ତୋମାର ନିର୍ବାଚିତ ହେବାରୁ ସାଂସଦ ପଦ ଛାଡ଼ିଥିଲେ। ଏଥିସହ କୃଷି ମନ୍ତ୍ରୀ ପଦ ମଧ୍ୟ ତାଙ୍କ ପାଖରୁ ଚାଲି ଯାଇଥିଲା। ଲାଗୁଥିଲା ବିଜେପି ତୋମାରଙ୍କ ଭଳି ବରିଷ୍ଠ ନେତାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରିବ। କିନ୍ତୁ ଦଳ ସମସ୍ତଙ୍କୁ ଚକିତ କରି ତୋମାରଙ୍କୁ ବାଚସ୍ପତି ପଦ ଦେଇଛି। ନିକଟରେ କେନ୍ଦ୍ରମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବା ନରେନ୍ଦ୍ର ସିଂ ତୋମାର ଏବେ ବାଚସ୍ପତି ଆସନ ଗ୍ରହଣ କରିବାକୁ ଯାଉଛନ୍ତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ଏହା ସହ ଛତିଶଗଡ଼ ଭଳି ଏଠାରେ ବି ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବା ଲାଗି ନିଷ୍ପତି ନେଇଛି ଦଳ। ରାଜେଶ ଶୁକ୍ଲା ଏବଂ ଜଗଦୀଶ ଦେଓରା ଉପ-ମୁଖ୍ୟମନ୍ତ୍ରୀ ରହିବେ ବୋଲି ଘୋଷଣା କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |