ପୁରୀ,୧୨।୧୨: ଡିସେମ୍ବର ୧୬ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହ ଅନ୍ୟନ୍ୟ ନୀତିକୁ ଶୃଙ୍ଖଳିତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୩୧ ରବିବାର ପଡୁଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାତ୍ରପହୁଡ ଓ ଦିନ ପହୁଡ କରାଯିବ କି ନାହିଁ ସେହି ସମୟରେ ନିତିକାନ୍ତିକୁ ଦେଖି ନିଷ୍ପତ୍ତି ନିଆଯିବ। ଜାନୁୟାରୀ ୧୫ ଓ ଜାନୁୟାରୀ ୨୫ରେ ଦେବାଭିଷେକ ନିତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଅନ୍ୟପକ୍ଷରେ ନୂଆବର୍ଷରୁ ଶ୍ରୀମନ୍ଦିରରେ ପୋଷାକ ଓ ପାନଗୁଟୁକା ଉପରେ କଟକଣା କଡାକଡି କରାଯିବ।ଛତିଶାନିଯୋଗ ବୈଠକରେ ହୋଇଛି ବଡ଼ ନିଷ୍ପତ୍ତି । ଆନନ୍ଦ ବଜାର ହେବ ପଲିଥିନ ମୁକ୍ତ । ଆନନ୍ଦ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି ହୋଇପାରିବ ନାହିଁ । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଉପରେ ଶୃଙ୍ଖଳା ଆଣିବା ପାଇଁ ସୁଆର ମହାସୁଆର ନିଯୋଗ ଦର ତାଲିକା ଦେବା ପରେ ନିଷ୍ପତ୍ତି ନିଆଯିବ । ସେହିପରି ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ପୂର୍ଣ୍ଣିମା ପାଇଁ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶାନିଯୋଗ ବୈଠକରେ ଅନୁମୋଦନ ମିଳିଛି । ଶୃଙ୍ଖଳିତ ନୀତିକାନ୍ତି ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ ।ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ। ଜଗନ୍ନାଥ ବଲ୍ଲଭ ଠାରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ସାହିଯାତ ପ୍ରଦର୍ଶିତ ହେବ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପହିଲି ଭୋଗ ନିତି ନିର୍ଘଣ୍ଟ ହୋଇଛି । ଡିସେମ୍ବର ୧୬ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ କରାଯାଇଛି । ପ୍ରତିଦିନ ରାତି ୨ଟାରୁ ହେବ ଦ୍ବାର ଫିଟା । ଡିସେମ୍ବର ୩୧ରେ ଭକ୍ତଙ୍କ ଦର୍ଶନ ପାଇଁ ହେବନି ରାତ୍ର ପହୁଡ । ରାତି ସାରା ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଡ୍ରେସକୋର୍ଡ ଓ ପାନ ଗୁଟଖା ଉପରେ କଟକଣା କଡାକଡି କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |