ନୂଆଦିଲ୍ଲୀ,୧୨ା୧୨:ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସେମ୍ବର ମାସର ଶେଷ ସୁଦ୍ଧା ମୋଦିଙ୍କର ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ସୂଚନା ଦେଇଛନ୍ତି।ଆସନ୍ତା ଡିସେମ୍ବର ୨୪ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ନେତା ମୋହନ ମାଝୀ ସୂଚନା ଦେଇଛନ୍ତି । ଡିସେମ୍ବର ୨୪ରେ ମୋଦୀ ପଶ୍ଚିମ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ବିଜେପି କର୍ମକର୍ତ୍ତା ଓ ନେତା ବେଶ ଉତ୍ସାହିତ ଥିବା ଜଣା ପଡ଼ିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ଜାନୁଆରୀ ଭିତରେ ଓଡ଼ିଶ ଗସ୍ତ କରିପାରନ୍ତି ବୋଲି ମାଝୀ ସୂଚନା ଦେଇଛନ୍ତି ।ମୋଦିଙ୍କ ଓଡ଼ିଶା ଗସ୍ତ ସୂଚୀରେ ସମ୍ବଲପୁରରେ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଗସ୍ତରେ ସମ୍ବଲପୁରରେ ଥିବା ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନା ତାଙ୍କର ଅନ୍ୟ କିଛି କାର୍ଯ୍ୟକ୍ରମ ରହିଛି, ଏହାସହ କାହାକୁ ଭେଟିବେ ଓ ନିଜର ଦଳୀୟ ନେତାଙ୍କ ସହ ଆଲୋଚନା କରିବେ କି ନାହିଁ ସେନେଇ ସୂଚନା ଅବଗତ ହୋଇ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |