ଭଜନଲାଲ ଶର୍ମା ହେବେ ରାଜସ୍ଥାନ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧୨:ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ପ୍ରଥମଥର ସାଙ୍ଗନୌର ଆସନରୁ ବିଜୟୀ ହୋଇଥିବା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ମୋହର ମାରିଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଭଜନ ଲାଲ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି।ଭଜନଲାଲ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ଭଜନଲାଲଙ୍କ ନାଁରେ ମୋହର ମାରିଛନ୍ତି। ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ବ କରିଥିଲେ ଭଜନଲାଲ। ସାଙ୍ଗାନେର ବିଧାନସଭା କ୍ଷେତ୍ରରୁ ପ୍ରଥମ ବିଧାୟକ ଥିବାବେଳେ ରାଜସ୍ଥାନ ବିଜେପିର ମହାସଚିବ ଅଛନ୍ତି ଭଜନ ଲାଲ। ୪ଥର ବିଜେପିର ମହାସଚିବ ଥିଲେ ଭଜନଲାଲ।ଏଥର ରାଜସ୍ଥାନରେ ୨ ଉପମୁଖ୍ୟମନ୍ତ୍ରୀ।  ଦୀୟା ସିଂହ ଓ ପ୍ରେମ ଚନ୍ଦ ବୈରବା ହେବେ ଉପମୁଖ୍ୟମନ୍ତ୍ରୀ। ବାସୁଦେବ ଦେବନାନୀ ହେବେ ବିଧାନସଭା ବାଚସ୍ପତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!