ଭୁବନେଶ୍ୱର,୧୨।୧୨: ଭୁବନେଶ୍ୱରର କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ TO-LET ମାରିଲେ ସାବଧାନ। କାରଣ ରାଜଧାନୀରେ ଏଭଳି TO-LET ବିଜ୍ଞାପନ ଲଗାଇଥିବାରୁ ହଜାରେ ନୁହେଁ କି ୨ହଜାର ନୁହଁ ତିନି ସଂସ୍ଥାରୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି ବିଏମସି । ୩ଟି ସଂସ୍ଥା ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାଯାଇଛି।ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାର ଥାନାରେ ଏତଲା କରିଛି ବିଏମସି।କିଛି ସଂସ୍ଥା ଓ ଘର ମାଲିକ ଭଡ଼ାରେ ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ TO-LET ଲେଖି ମାରୁଛନ୍ତି। ଯାହାଦ୍ୱାରା ସହରର ସୌନ୍ଦଯ୍ୟ କରଣ ନଷ୍ଟ ହେଉଛି। ଏନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ ସଚେତନ କରିଥିଲା। ଏବେ ୩ ସଂସ୍ଥା ସରକାରୀ ଜାଗାରେ TO-LET ମାରିବା ଅଭିଯୋଗରେ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି। ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ TO-LET ମାରିପାରିବ ବୋଲି କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |