ସମ୍ବଲପୁର,୧୨।୧୨: ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିରହିଛି ।ବୋର୍ ୱେଲ ଭିତରେ ପଡ଼ିଲା ଶିଶୁ। ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋର୍ ୱେଲରେ ଶିଶୁଟି ପଡ଼ିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ଟି ଜେସିବି ସହାୟତାରେ ବୋରୱେଲକୁ ଲାଗି ସମାନ୍ତରାଳ ଭାବେ ଖୋଳା ଚାଲିଛି। ବୋରୱେଲରେ ପଡ଼ିଥିବା ଶିଶୁଟି ନବଜାତ ବୋଲି ସନ୍ଦେହ କରାଯାଉଛି। ଶିଶୁଟିକୁ କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି|ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବୋରୱେଲ ଭିତୁର ଏକ କଅଁଳା ଶିଶୁର କୁଆଁ କୁଆଁ କାନ୍ଦ ଶୁଣି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ତାପରେ ଆରମ୍ଭ ହେଲା ରେସକ୍ୟୁ ଅପରେସନ। ପିଲାଟିକୁ ପାଇପ ସହାୟତାରେ ଅକ୍ସିଜେନ ଯୋଗାଇ ଦିଆଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |