ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୨।୧୨:- ଡାବୁଗାଁ କୋରାପୁଟ ଜିଲ୍ଲାର ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ନେସନାଲ ୟୁନିଅନ ଗ୍ରାମୀଣ ଡାକ ସେବକ,କୋରାପୁଟ ଡିଭିଜିନାଲ ବ୍ରାଞ୍ଚ, ଜୟପୁର ସଭାପତି ଦେବରାଜ ଦାସ, ସମ୍ପାଦକ ରାଜେନ୍ଦ୍ର ସାହୁ ଓ ସହଦେବ ହରିଜନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦିନ ୯ ଘଣ୍ଟା ୩୦ ମିନିଟ ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ କରି ତିନି ଦଫା ଦାବୀ ରଖି କାର୍ଯ୍ୟାଳୟ ଆଗରେ ଧର୍ମଘଟ ଜାରି ରଖିଥିଲେ, ଯାହାକି ସାରା ଭାରତରେ ଉକ୍ତ ଧର୍ମଘଟ ଚାଲୁ ରହିଛି l ଜି ଡି ଏସ୍ ମାନେ ଉକ୍ତ ଧର୍ମଘଟ ରେ ସାମିଲ ରହିଥିଲେ l ତିନି ଦଫା ଦାବୀ ମଧ୍ୟରେ କମିଶନ ଦେଇ ଜି ଡି ଏସ୍ ମାନଙ୍କ ଦ୍ଵାରା ଯେଉଁ କାର୍ଯ୍ୟ କରାଯାଉଛି, ତାହା ବନ୍ଦ କରି ସେହି କାର୍ଯ୍ୟକୁ କାର୍ଯ୍ୟଭାରରେ ନେଇ କାର୍ଯ୍ୟ ସମୟ ଆଠ ଘଣ୍ଟା କରାଯାଇ ସମସ୍ତ ସୁବିଧା ଦିଆଯାଉ ଓ ପେନସନ୍ ଲାଗୁ କରାଯାଉ l(୨) କମଲେଶ୍ ଚନ୍ଦ୍ରା କମିଟି ସୁପାରିସ କରିଥିବା ସମସ୍ତ ସକରାତ୍ମକ ରିପୋର୍ଟକୁ ମନିନିଆଯଉ ଯେପରି ପ୍ରତି ୧୨ ବର୍ଷରେ ଦୁଇଟି ଇନକ୍ରିମେଣ୍ଟ ଦେବା କଥା ତାହା ଦିଆଯାଉ, ଗ୍ରୁପ ଇନସ୍ୟୁରାନ୍ସ କୁ ୫ ଲକ୍ଷକୁ ବୃଦ୍ଧି କରିବା, ଗ୍ରେଚୁଟି ମୂଲ୍ୟ ୫ ଲକ୍ଷକୁ ବୃଦ୍ଧି, ୧୮୦ ଦିନ ଛୁଟିକୁ ଗଚ୍ଛିତ ରଖି ଅବସର ସମୟରେ ତାହାର ମୂଲ୍ୟ ପ୍ରଦାନ କରିବା, ଜି ଡି ଏସ୍ ଓ ତାଙ୍କ ପରିବାରକୁ ମେଡିକାଲ ସୁବିଧା ପାଇଁ ୫ଲକ୍ଷ ଟଙ୍କା ଇତ୍ୟାଦି କୁ ଶୀଘ୍ର ଲାଗୁ କରିବା । ଟାର୍ଗେଟ ନାମରେ ଜି ଡି ଏସ୍ ମାନଙ୍କୁ ହାରାସମେଣ୍ଟ ନ କରିବା, ଏପରି ତିନି ଦଫା ଦାବୀ ରଖି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିଥିଲେ, ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ଅନିର୍ଦ୍ଦିଶ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲୁରହିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି lଉକ୍ତ ଧର୍ମଘଟରେ ରଜନୀକାନ୍ତ ପାଢୀ, ମହେନ୍ଦ୍ର କୁମାର ପଣ୍ଡା, ଜଳଧର ମାଝୀ, ହରସ ମଣି ହରିଜନ, ପ୍ରଭାତୀ ପୂଜାରୀ, ବାସନ୍ତୀ ପାଙ୍ଗି, ପ୍ରଫୁଲ୍ଲ କୁମାର ବ୍ରହ୍ମା, ଦୋଳଗୋବିନ୍ଦ ପ୍ରଧାନ, ଜିତେନ୍ଦ୍ର ମାଝୀ, କୃଷ୍ନ ଚନ୍ଦ୍ର ଚାଲାଣ, ପିତାମ୍ବର ଭତ୍ରl, ଦେଉଳା ନାୟକ ପ୍ରମୂଖ ୪୦ ଜଣ ଉପସ୍ଥିତ ରହି ଆନ୍ଦୋଳନରେ ସହଯୋଗ କରିଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |