ଜିକ୍ୱେବେରା,୧୩।୧୨: ଦ୍ୱିତୀୟ ଟି -୨୦ରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଉଇକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ରିଙ୍କୁ ସିଂ ଏବଂ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ଯୋଗୁ ଭାରତ ୧୯.୩ ଓଭରରେ ୧୮୦ ରନ୍ରେ ସୀମିତ ଥିଲା। ତା’ପରେ ବର୍ଷା ଆରମ୍ଭ ହୋଇଯାଇଥିଲା ଏବଂ ଦକ୍ଷିଣ ଆଫ୍ରିକାକୁ ୧୫ ଓଭରରେ ୧୫୨ ରନ୍ର ଲକ୍ଷ୍ୟ ଦିଆଯାଇଥିଲା, ଯାହାକୁ ଆୟୋଜକ ଦଳ ୧୩.୫ ଓଭରରେ ୫ ଉଇକେଟ୍ ହରାଇ ହାସଲ କରିଥିଲେ।୯୦ ବଲରେ ୧୫୨ ରନର ଲକ୍ଷ୍ୟକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ବଲରୁ ଏକ ଭଲ ଆରମ୍ଭ କରିଥିଲା । ସିରାଜଙ୍କ ପ୍ରଥମ ଓଭରରେ ୧୪ ରନ ସ୍କୋର ହୋଇଥିଲା ଏବଂ ପରେ ଅର୍ଶଦୀପ ସିଂଙ୍କ ଓଭରରେ ୨୪ ରନ ସ୍କୋର କରାଯାଇଥିଲା। ଦକ୍ଷିଣ ଆଫ୍ରିକାର ସ୍କୋର ମାତ୍ର ଦୁଇଟି ଓଭରରେ ୩୮ ରନ୍ରେ ପହଞ୍ଚିଥିଲା। ଏହା ପରେ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ମାନେ ପଛକୁ ଚାହିଁ ନ ଥିଲେ ଏବଂ ଦ୍ରୁତ ଗତିରେ ରନ ସ୍କୋର କରି ୧୩.୫ ଓଭରରେ ୫ ଉଇକେଟ୍ ହରାଇ ହାସଲ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |