ଗାଜାରେ ଅସ୍ତ୍ରବିରତି ପାଇଁ ଜାତିସଂଘରେ ଆଗତ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ,,୧୩।୧୨:  ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି ।  ଏହି ଯୁଦ୍ଧରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନେକ ଏବେବି ବନ୍ଦି ଅଛନ୍ତି । ତେଣୁ ଏହି ଉଦବେଗଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ମଙ୍ଗଳବାର ଜାତିସଂଘ ମହାସଭା(UNGA)ରେ ଏକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରସ୍ତାବ ଅନୁଯାୟୀ ଗାଜାରେ ଅସ୍ତ୍ରବିରତି ସହିତ ବନ୍ଧକମାନଙ୍କ ନିଃସର୍ତ୍ତ ମୁକ୍ତି ପାଇଁ ଦାବି କରାଯାଇଥିଲା । ଭାରତ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ଆମେରିକା ଅସ୍ତ୍ରବିରତି ବିପକ୍ଷରେ ଭୋଟ୍ ଦେଇଥିଲା ।ମଙ୍ଗଳବାର ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ମହାସଭାର ଏକ ଜରୁରୀକାଳୀନ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗାଜାରେ ଅସ୍ତ୍ରବିରତିକୁ ନେଇ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ତେବେ ଉକ୍ତ ପ୍ରସ୍ତାବରେ କେଉଁଠି ବି ହମାସ ନାଁର ଉଲ୍ଲେଖ ନଥିଲା । ଆଲଜିରିଆ, ବାହାରିନ, କୁୱେତ, ଇରାକ, ଓମାନ, କତାର, ସାଉଦି ଆରବ, ୟୁଏଇ, ପାଲେଷ୍ଟାଇନ୍ ଭଳି ଅନେକ ଦେଶ ଏହି ପ୍ରସ୍ତାବ ଏହି ପ୍ରସ୍ତାବ ଆଣିଥିଲେ । ଭାରତ, ଫ୍ରାନ୍ସ, ଚୀନ ସମେତ ୧୫୩ଟି ଦେଶ ଏହି ପ୍ରସ୍ତାବ ସପକ୍ଷରେ ଥିବା ବେଳେ ଆମେରିକା, ଅଷ୍ଟ୍ରିଆ, ଇସରାଏଲ ଆଦି ଦେଶ ପ୍ରସ୍ତାବକୁ ବିରୋଧ କରିଥିଲେ । ସେହିପରି ୟୁକ୍ରେନ, ଜର୍ମାନୀ, ଆର୍ଜେଣ୍ଟିନା ଭଳି ଅନ୍ୟ ଦେଶ ଭୋଟଦାନରୁ ବିରତ ଥିଲେ ।ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିକା କୋମ୍ବୋଜ କହିଥିଲେ,‘ ଗାଜାରେ ଉତ୍କଟ ମାନବୀୟ ସଂକଟ ସୃଷ୍ଟି ହେବା ସହିତ ବହୁସଂଖ୍ୟକ ଜୀବନ ହାନୀ ଘଟୁଛି । ବିଶେଷକରି ମହିଳା ଓ ଶିଶୁମାନଙ୍କ ମୃତ୍ୟୁ ହେଉଛି । ସେଠାରେ ସବୁ ପରିସ୍ଥିତିରେ ଆନ୍ତର୍ଜାତୀୟ ମାନବୀୟ ଆଇନ ପାଳନ ହେବା ଆବଶ୍ୟକ । ଏହି ବିବାଦର ସମାଧାନ ପାଇଁ ଦୁଇ-ରାଷ୍ଟ୍ରୀୟ ଶାନ୍ତି ଓ ଦୀର୍ଘସ୍ଥାୟୀ ସମାଧାନର ଉପାୟ ନିମନ୍ତେ ପ୍ରୟାସ କରାଯାଉଛି । ଜାତିସଂଘ ମହାସଭାରେ ଅସିଥିବା ଅସ୍ତ୍ରବିରତି ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ ଦେଇଛି । ’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!