ନୂଆଦିଲ୍ଲୀ,୧୩।୧୨:ଲୋକସଭା ଅଧିବେଶନ ଚାଲିଥିବା ବେଳେ ଘଟିଲା ଅଭାବନୀୟ ଘଟଣା । ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖାଦେଇଛି । ଲୋକସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ । ଦର୍ଶକ ଗ୍ୟାଲେରୀରୁ ସିଧା ସାଂସଦଙ୍କ ଆସନକୁ ଡେଇଁଲେ ଉଭୟ । ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ୨ ଅଜ୍ଞାତ ଯୁବକ ପଶି ଆସିଥିବା ସୂଚନା ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳ ହଠାତ ସେ ଦୁଇଜଣ ଭିତରକୁ ପଶି ଆସିଥିଲେ । ତେବେ ଗୃହବାହାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଉଭୟ ଭିତରେ ପଶିଆସିଥିବା ସୂଚନା ମିଳିଛି । ଦର୍ଶକ ଗ୍ୟାଲେରୀରୁ ହଠାତ ଦୁହେଁ ଭିତରକୁ ଡେଇଁ ବାଚସ୍ପତିଙ୍କ ପୋଡ଼ିୟମ ଆଡ଼କୁ ଆଗେଇଥିଲେ । ତେବ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ବର୍ତ୍ତମାନ ଉଭୟଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅଟକ ରଖାଯାଇଛି । ତେବେ ଆଜି ସଂସଦରେ ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ ପୂରିଛି । ତେବେ ଦୀର୍ଘ ୨୨ ବର୍ଷ ପରେ ଏପରି ଏକ ଘଟଣା ଘଟିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ତେବେ ଏମାନଙ୍କର ଏପରି ହଠାତ ଭିତରକୁ ପଶିଆସିବା ପଛରେ କୌଣସି ଉଦ୍ଦେଶ୍ୟ ରହିଥିବା ନେଇ ଆଶଙ୍କା କରାଯାଉଛି ଏହା ସହିତ ସେମାନଙ୍କ ପାଖରୁ ବାଣ ମଧ୍ୟ ଜବତ କରାଯାଇଛି । ସେହି କାରଣରୁ ୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଏହି ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଏହି ବ୍ୟକ୍ତି ଦୁଇଜଣଙ୍କର ଏ ପର୍ଯ୍ୟନ୍ତ ପରିଚୟ ମିଳିନଥିବା ସୂଚନା ମିଳିଛି । ତେବେ ସେମାନଙ୍କର ଏପରି କରିବା ପଛର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |