ସଂସଦ ଭବନ ପରିସରରେ ହଙ୍ଗାମା , ମିଳିଲା ଅଜଣା ବ୍ୟକ୍ତିଙ୍କ ପରିଚୟ

ନୂଆଦିଲ୍ଲୀ,୧୩।୧୨ : ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନରେ ଲୋକସଭା ସୁରକ୍ଷାରେ ତ୍ରୁଟି ଦେଖାଦେଇଛି।  ୨ ଜଣ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁପଡିଥିଲେ। ଏହି କାରଣରୁ ଗୃହରେ ବିଶୃଙ୍ଖଳା ଦେଖାଦେଇଥିଲା। ଆଜିର ଦିନରେ ଠିକ୍ ୨୨ ବର୍ଷ ତଳେ ସଂସଦ ଭବନ ଉପରେ ଆକ୍ରମଣ ହୋଇଥିଲା । ଆଜି ପୁଣି ସଂସଦରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୃହକାର୍ଯ୍ୟ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଡେଇଁ ଭିତରକୁ ଚାଲିଆସିବା ୨୨ ବର୍ଷ ତଳର ସେହି ଘଟଣାକୁ ପୁଣି ମନେ ପକାଇ ଦେଇଛି ।ସଂସଦ ବାହାରେ ଓ ଭିତରେ ଆଜି କିଛି ଯୁବକ ପୁଣି ଆତଙ୍କ ସୃଷ୍ଟି କରିଛନ୍ତି । ସେମାନେ ସଂସଦ ମଧ୍ୟରେ କଲର ଗ୍ୟାସ୍ ସ୍ପ୍ରେ କରି ହଙ୍ଗାମା ସୃଷ୍ଟି କରିଥିଲେ । ଏହା ସହିତ ବଡ ପାଟିରେ ନାରାବାଜି ବି କରିଥିଲେ । ଏହି ଘଟଣାରେ ଦିଲ୍ଲୀ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।ସେମାନଙ୍କ ନାମ ନୀଲମ ଓ ଅନମୋଲ ଶିନ୍ଦେ । ନୀଲମ ଜଣେ ମହିଳା ଓ ତାଙ୍କ ବୟସ ୪୨ । ସେ ହରିୟାଣାର ହିସାରରେ ରହନ୍ତି । ଅନ୍ୟ ଅଭିଯୁକ୍ତଙ୍କ ନାମ ଅନମୋଲ ଶିନ୍ଦେ । ସେ ମହାରାଷ୍ଟ୍ରର ଲାଟୁରରେ ରୁହନ୍ତି । ତାଙ୍କ ବୟସ ୨୫ । ଏହି ଘଟଣା ସଂସଦ ଭବନ ବାହାରେ ଓ ଟ୍ରାନ୍ସପୋର୍ଟ ଭବନ ନିକଟରେ ହୋଇଛି । ଏହି ୨ ଜଣଙ୍କୁ ପାର୍ଲିଆମେଣ୍ଟ ଷ୍ଟ୍ରୀଟ୍ ପୋଲିସ ଷ୍ଟେସନ ନିଆଯାଇଛି । ଦିଲ୍ଲୀ ପୋଲିସ ସହିତ ଇଣ୍ଟେଲିଜେନ୍ସ ବ୍ୟୁରୋ ଟିମ୍ ବି ପଚରାଉଚୁରା କରୁଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!