ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୩।୧୨:ବିଳମ୍ବ ରେ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଚାଷୀ ମାନଙ୍କ ସ୍ବାର୍ଥ କୁ ହିଁ ପ୍ରାଧାନ୍ୟ ଦିଆଯିବ ବୋଲି ଅଧିକାରୀ ମାନେ ସୂଚିତ ଦେଇଛନ୍ତି।ଆଜି ଅର୍ଥାତ୍ ୧୩ ଡିସେମ୍ବର ଡାବୁଗାଁ ରେ ଉଦ୍ଘାଟିତ ହୋଇ ଯାଇଛି ଖରିଫ୍ ଧାନ ମଣ୍ଡି। ଏହି ଅବସରରେ ସ୍ଥାନୀୟ ବିଧାୟକ ମନୋହର ରନ୍ଧାରୀ ,ଡାବୁଗାଁ ତହସିଲଦାର ସଦାଶିବ ଭତ୍ରା, ସାଂସଦ ପ୍ରତିନିଧି ଏମ୍ ଆପାରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, କଂଗ୍ରେସ ନେତା ଜି ସାଇ ରାଜୁ, ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର,ଦେବରାଜ ପାତ୍ର, କୃଷକ ସଂଘ ସଭାପତି ସତ୍ୟ ପାତ୍ର, ଦବୁଗାଁ ବ୍ଲକ ଉପାଧ୍ୟାକୟ ସଦାନନ୍ଦ ନାୟକ,ଜି ପାନ୍ତୁଲୁ ରାଓ, ବାବି ଜେନା, ,ଜି ଗୋପି ରାଓ, ବାବୁଲି ରାଓ, ଲେମ୍ପ ଡାଇରେକ୍ଟର , ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ଏବଂ ଗାଁ ର ବରିଷ୍ଠ କୃଷକମାନେ ଉପସ୍ଥିତ ଥିଲେ। ମଣ୍ଡି ରେ ଧାନ ବିକ୍ରି ପାଇଁ କରାଯାଇଥିବା ଅନଲାଇନ୍ ପ୍ରକ୍ରିୟା ଓ ଧନ କିଣାରେ ହେଉଥିବା କଟନି ଛଟନି ଉପରେ ବିଧାୟକ ଏବଂ ମିଲରସ ମାନଙ୍କ ସହ ଅଲୋଚନ କଲେ କୃଷକ ମାନେ। ଚାଷୀ ମାନଙ୍କ ସମର୍ଥନରେ ମଣ୍ଡି ରେ କାର୍ଯ୍ୟ କରିବାକୁ ସ୍ଥାନୀୟ ବିଧାୟକ ମନୋହର ରନ୍ଧାରୀ ଆର୍.ଏମ୍.ସି କର୍ମଚାରୀ, ସ୍ଥାନୀୟ ଏମ୍ ଡି ହରିବନ୍ଧୁ ମିର୍ଗାନ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ କହିଲେ। ଆଜିର ବୈଠକର ସମସ୍ତ ଅୟଜନ ବଜାର ରକ୍ଷକ ଶୁଶାନ୍ତ କୁମାର ପାଳ କରିଥିଲେ ।ଆଜି ଏହି ଶୁଭ ଅବସରରେ ବ୍ଲକର ସମସ୍ତ ପଞ୍ଚାୟର ଜନପ୍ରତିନିଧି ସମେତ ସତାଧିକ ଚାଷୀ ଭାଇ ଯୋଗଦେଇଥିଲେ ।ଏବର୍ଷ ବିଳମ୍ବ ରେ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଚାଷୀ ମାନଙ୍କ ସ୍ବାର୍ଥ କୁ ହିଁ ପ୍ରାଧାନ୍ୟ ଦିଆଯିବ ବୋଲି ଅଧିକାରୀ ମାନେ ସୂଚିତ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |