ଭୁବନେଶ୍ବର,,୧୪।୧୨: ଅନଲାଇନରେ ମିଳୁଛି ଡ୍ରଗ୍ସ ।ଓଡ଼ିଶାରେ ଅନଲାଇନରେ ଚାଲିଛି ଡ୍ରଗ୍ସ କାରବାର । ଏନେଇ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରାଯାଇଛି । ଧରପକଡ଼କୁ କଡ଼ାକଡ଼ି କରିବା ସହ ଜିଲ୍ଲାସ୍ତରୀୟ ନଶା ମୁକ୍ତ ଭାରତ ଅଭିଯାନ କମିଟି ଗଠନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିଶା ନିବାରଣ ପାଇଁ ସ୍ବତନ୍ତ୍ର ସେଲ ଗଠନ କରିବାକୁ ଚିନ୍ତା କରିଛନ୍ତି ରାଜ୍ୟ ସରକାର ।ଆପଣଙ୍କ ପିଲା ଅନଲାଇନରେ ଖାଦ୍ୟ ଅର୍ଡର କରୁଛନ୍ତି କି ? ତେବେ ଫୁଡ୍ ଡେଲିଭରି ବୟ ଦେଇଥିବା ପ୍ୟାକେଟକୁ ତନତନ କରି ଯାଞ୍ଚ କରିବା ପରେ ହି ପିଲାଙ୍କୁ ଖାଦ୍ୟ ଦିଅନ୍ତୁ । କାରଣ ଅନଲାଇନ ଫୁଡ ଡେଲିଭରି ଆଳରେ ପିଲା ଡ୍ରଗ୍ସ ଅର୍ଡର କରି ଥାଇ ପରେ । ଡେଲିଭରି ସଂସ୍ଥା ପାଖରେ ପ୍ୟାକେଟ ଯାଞ୍ଚ କରିବାର ସୁଯୋଗ ନଥାଏ । ଯେଉଁଥି ପାଇଁ ସେମାନେ ପାଲଟି ଯାଆନ୍ତି ଡ୍ରଗ୍ସ ମାଫିଆ ଓ ଯୁବ ପିଢିଙ୍କ ମଧ୍ୟରେ କନେକ୍ଟିଂ ଲିଙ୍କ୍ । ନଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି କମିଟି ସଦସ୍ୟ ତଥା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି । ପୂର୍ବରୁ ବ୍ରାଉନ ସୁଗାର ଓ କୋକେନ ପରି ଡ୍ରଗ୍ସ କେବଳ ସହରୀ ନିଶା ଥିଲା । ହେଲେ ଗାଁ ଗହଳିର ଯୁବ ପିଢି ବି ଡ୍ରଗ୍ସ ସେବନକୁ ଆକୃଷ୍ଟ ହେଲେଣି । ଏପରିକରି ଡଗ୍ସ ଇଞ୍ଜିନିଅରିଂ କଲେଜ ଛାତ୍ରଛାତ୍ରୀଙ୍କ ପାଖରେ ସୀମିତି ରହିନି । ସବୁ କଲେଜରେ ବ୍ୟାପକ ହେଲାଣି ଡ୍ରଗ୍ସ କାରବାର । ଭାରତକୁ ନଶା ମୁକ୍ତ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିକୁ ଯୁବ ପିଢ଼ିଙ୍କ ସମେତ ଶିକ୍ଷାନୁଷ୍ଠାନ ଯାଇ ସଚେତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |