ସଂସଦରେ ସୁରକ୍ଷା ତ୍ରୁଟି, ୧୫ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ,୧୪।୧୨: ଗୃହରେ ହଙ୍ଗାମା କାରଣରୁ ଆଜି ୧୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ନୂଆଦିଲ୍ଲୀ ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଗୁରୁବାର ଦିନ ଉଭୟ ଗୃହରେ ବଡ଼ ଧରଣର ହଙ୍ଗାମା ଦେଖିବାକୁ ମିଳିଛି । ଏହି ହଙ୍ଗାମା ଏତେ ବଢ଼ିଗଲା ଯେ ଅନେକ ସାଂସଦଙ୍କୁ ଉଭୟ ଗୃହ – ରାଜ୍ୟସଭା ଓ ଲୋକସଭା ରୁ ନିଲମ୍ବିତ କରିବାକୁ ପଡ଼ିଲା ।ସେଥିମଧ୍ୟରୁ ଜଣେ ରାଜ୍ୟସଭା ସାଂସଦ ହେଉଛନ୍ତି ଡେରେକ ଓ’ବ୍ରାଇନ୍ ଏବଂ ଅବଶିଷ୍ଟ ୧୪ ସାଂସଦ ଲୋକସଭାର ସଦସ୍ୟ । ଏହାପୂର୍ବରୁ ଏହି ହଙ୍ଗାମା ଯୋଗୁଁ ଟିଏନ୍ ପ୍ରତାପନ୍, ହିବିି ଇଡେନ୍, ଏସ୍ ଜୋଥିମଣି, ରାମ୍ୟା ହରିଦାସ ଏବଂ ଡିନ୍ କୁରିଆକୋସଙ୍କ ସମେତ ପାଞ୍ଚ ଜଣ କଂଗ୍ରେସର ଲୋକସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଗୃହରୁ ୧୫ ଜଣ ସାଂସଦଙ୍କୁ ନିଲମ୍ବନ କରିବା ଉପରେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ, ଗତକାଲି ଯାହା ଘଟିଥିଲା ତାହା ଏକ ବଡ଼ ସୁରକ୍ଷା ଏବଂ ଗୁପ୍ତଚର ବିଫଳତା । ସେ କହିଛନ୍ତି ଯେ ଗତକାଲି କ’ଣ ଘଟିଛି ଏବଂ ସେମାନେ କେଉଁ ପଦକ୍ଷେପ ନେଉଛନ୍ତି ତାହା ସରକାର ଗୃହରେ ଜଣାନ୍ତୁ ବୋଲି ଆମେ ଚାହୁଁଛୁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!