ଭୁବନେଶ୍ୱର,୧୪।୧୨: ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ବୁଧବାର ନିଯୁକ୍ତ ରଞ୍ଜିତ ପାତ୍ର। ସେହିପରି ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଦାୟିତ୍ୱ ଦିଆଯାଇଛି। ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି ଏହି ୩ ଜଣଙ୍କ ନିଯୁକ୍ତି ଦେଇଛନ୍ତି।ଭାରତୀୟ ଯୁବ କଂଗ୍ରେସର ଆପଣଙ୍କ ଉପରେ ଭରସା ରହିଛି। ଆପଣ ଆପଣଙ୍କର ସମସ୍ତ ସମୟ ଓ ସାମର୍ଥ୍ୟ ଦେଇ ସଂଗଠନକୁ ଦୃଢ କରିବେ ବୋଲି ଆମର ବିଶ୍ୱାସ ରହିଥିବା ରଞ୍ଜିତ ପାତ୍ରଙ୍କୁ ନିକଟକୁ ପଠାଇଥିବା ଚିଠିରେ ବି.ଭି ଉଲ୍ଲେଖ କରିଛନ୍ତି। ସେହିପରି ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |