ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ,,୧୫ା୧୨: ତୃତୀୟ ଟି-୨୦ ମୁକାବିଲାରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ପରାସ୍ତ କରିଛି ଭାରତ।ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୦୧ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୩.୫ ଓଭରରେ ମାତ୍ର ୯୫ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତର ସୂର୍ଯ୍ୟ କୁମାର ଯାଦବ ଉଭୟ ପ୍ଲେୟର ଅଫ ଦି ମ୍ୟାଚ୍ ଏବଂ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି।  ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଅନ୍ତିମ ଟି୨୦ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର ସୂର୍ଯ୍ୟକୁମାର ଯାଦବ। ସେ ଟି୨୦ରେ ନିଜର ଚତୁର୍ଥ ଶତକ ହାସଲ କରିଥିବା ବେଖଳେ ଯଶସ୍ବୀ ଜୟସ୍ବାଲଙ୍କ ସହ ଶତକୀୟ ଭାଗୀଦାରି କରିଥିଲେ। ଫଳରେ ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୨୦୧ ରନ୍‌ କରିଥିଲା। ସମାନ ଏକାଦଶ ସହିତ ଭାରତ ଓହ୍ଲାଇଥିବା ବେଳେ ଟସ୍‌ ଜିତି ବ୍ୟାଟିଂ ନେଇଥିଲେ ସୂର୍ଯ୍ୟକୁମାର ଯାଦବ।ଭାରତ ପକ୍ଷରୁ ଶୁବମନ ଗିଲ୍‌ (୧୨) ଓ ଯଶସ୍ବୀ ଜୟସ୍ବାଲ(୬୦) ଓପନ କରି ୨୯ ରନ୍‌ ଯୋଡିଥିଲେ। ପ୍ରଥମ ଦୁଇ ଓଭରରେ ଉଭୟ ଖେଳାଳି ୨୯ ରନ୍‌ ଯୋଡିଥିଲେ। ନାଣ୍ଡ୍ରେ ବର୍ଗରଙ୍କ ପ୍ରଥମ ଓଭରରୁ ୧୪ ଓ ଏଡେନ୍‌ ମାର୍କରାମଙ୍କ ଦ୍ୱିତୀୟ ଓଭରରୁ ୧୫ ରନ୍‌ ସଂଗ୍ରହ କରିଥିଲେ ଉଭୟ ଓପନର। ତେବେ ତୃତୀୟ ଓଭରରେ କେଶବ ମହାରା ଲଗାତାର ବଲ୍‌ରେ ୨ ଉଇକେଟ ନେଇ ଭାରତକୁ ସଙ୍କଟରେ ପକାଇଥିଲେ। କ୍ରଶ୍‌ ଶଟ୍‌ ଖେଳିବାକୁ ଯାଇ ଗିଲ୍‌ ଲେଗ୍‌ ବିଫୋର ହୋଇଥିବା ବେଳେ ପରବର୍ତ୍ତୀ ବଲ୍‌ରେ ତିଳକ ବର୍ମା ପ୍ୟାଭିଲିୟନ୍‌ ଫେରିଥିଲେ। ୨୯ ରନ୍‌ରେ ଦୁଇ ଉଇକେଟର ପତନ ଘଟିଥିବା ବେଳେ କ୍ରିଜ୍‌ରେ ଯୋଗ ଦେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ତୃତୀୟ ଉଇକେଟରେ ଜୟସ୍ବାଲଙ୍କ ସହିତ ୧୧୨ ରନ୍‌ ଯୋଡିବା ସହ ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ। ଆରମ୍ଭରୁ ସୂର୍ଯ୍ୟ ଷ୍ଟ୍ରାଇକ୍‌ ରୋଟେଟ୍‌ କରୁଥିବା ବେଳେ ଜୟସ୍ବାଲ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ। ତେବେ ୧୨ ନମ୍ବର ଓଭରରୁ ଗିୟର ବଦଳାଇଥିଲେ ସୂର୍ଯ୍ୟକୁମାର। ଆଣ୍ଡିଲେ ଫେଲୁକ୍ୱାୟୋଙ୍କ ଓଭରରେ ୨୩ ରନ୍‌ ସ୍କୋର କରିଥିବା ବେଳେ ୧୫ ନମ୍ବର ଓଭରରେ ନାଣ୍ଡ୍ରେ ବର୍ଗରଙ୍କ ବିପକ୍ଷରେ ୧୭ ରନ୍‌ ସ୍କୋର କରିଥିଲେ। ଚମତ୍କାର ବ୍ୟାଟିଂ କରୁଥିବା ଜୟସ୍ବାଲ ବଡ ଶଟ୍‌ ଖେଳିବାକୁ ଯାଇ ଟାବରେଜ୍‌ ସାମ୍ସିଙ୍କ ବଲରେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୪୧ ବଲ୍‌ ଖେଳି ୬୦ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୬ ଚୌକା ଓ ୩ ଛକା ସାମିଲ ଥିଲା। ଜୟସ୍ବାଲ ଆଉଟ ହେବା ପରେ ଚତୁର୍ଥ ଉଇକେଟରେ ରିଙ୍କୁ ସିଂ(୧୪)ଙ୍କ ସହିତ ମିଶି ୪୭ ରନ୍‌ ଯୋଡିଥିଲେ ସୂର୍ଯ୍ୟକୁମାର। ସୂର୍ଯ୍ୟ ୫୬ ବଲ୍‌ ଖେଳି ୭ ଚୌକା ଓ ୮ ଛକା ସହିତ ୧୦୦ ରନ୍‌ ସ୍କୋର କରିଥିଲେ। ଅନ୍ତିମ ଓଭର ପ୍ରଥମ ବଲ୍‌ରେ ସୂର୍ଯ୍ୟ ୫୫ ବଲ୍‌ରୁ ଟି୨୦ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଥିଲେ। ଟି୨୦ରେ ସର୍ବାଧିକ ଶତକରେ ସେ ରୋହିତ ଶର୍ମା ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ସମକକ୍ଷ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଲିଜାଡ ଓ୍ବିଲିୟମ୍ସ ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ଟାବରେଜ୍‌ ସାମ୍ସି ଓ ନାଣ୍ଡ୍ରେ ବର୍ଗର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!