ନୂଆଦିଲ୍ଲୀ, ୧୫।୧୨:ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ । ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ ।ସଂସଦ ଭବନ ଭିତରେ ପଶି ଏମିତି ଆତଙ୍କ ସୃଷ୍ଟି କରିବା ପାଇଁ ପ୍ରାୟ ଅଠର ମାସ ତଳୁ ଯୋଜନା କରିଥିଲା ଲଲିତ । ତେବେ କିଏ ଏହି ଲଳିତ ଝା .. ତା ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି ।ବିହାର ବାସିନ୍ଦା ଲଳିତ ବର୍ତ୍ତମାନ କୋଲକାତାରେ ରହି ଶିକ୍ଷକତା କରୁଛି । ତେବେ ଏହି ଆକ୍ରମଣ ସହ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନର ହାତ ଅଛି କି ନାହିଁ, ଜଣା ପଡ଼ି ନାହିଁ । ବେରୋଜଗାର, ମଣିପୁର ହିଂସା, ଚାଷୀ ସମସ୍ୟା ଆଦି ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏପରି କାଣ୍ତ ଭିଆଇଥିଲେ ବୋଲି ଅଭିଯୁକ୍ତମାନେ କହିଛନ୍ତି ।ଏହାପରେ ତାକୁ ପଚରାଉଚରା ଚାଲିଥିବା ସୂଚନା ମିଳିଛି । ଘଟଣା ପରଠୁ ଫେରାର୍ ଥିଲା ଲଳିତ ଝା । ତାକୁ ଧରିବା ପାଇଁ ବ୍ୟାପକ ଖୋଳତାଡ଼ ଚଲାଇଥିଲା ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ । ଖାଲି ଏତିକି ନୁହେଁ ସଂସଦ ଭବନ ପରିସରରୁ ଧରାପଡ଼ିଥିବା ମୋଟ ୪ ଅଭିଯୁକ୍ତଙ୍କ ଫୋନ୍ ମଧ୍ୟ ସେ ନିଜ ପାଖରେ ରଖିଥିଲା । ସେଥିରୁ ସେ ସମସ୍ତ ତଥ୍ୟ ନଷ୍ଟ କରି ଦେଇଥିବା ଆଶଙ୍କା କରାଯାଉଛି । ଲଳିତ ଝା ହିଁ ଅନ୍ୟ ୫ ସହଯୋଗୀଙ୍କୁ ଭେଟିବା ପାଇଁ ଗୁରୁଗ୍ରାମ ଡକାଇଥିଲା ।ବର୍ତ୍ତମାନ ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ ହୋଇ ସାରିଛି । ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହା ଯାଉଥିବା ଲଳିତ ଝାକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସେ ନିଜ ଆଡ଼ୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ଲଳିତକୁ ଗିରଫ କରିଛି ପୋଲିସ୍ ।ସଂସଦରେ ବୁଧବାର ଘଟିଥିବା ସୁରକ୍ଷା ସଂକ୍ରାନ୍ତ ତ୍ରୁଟି ମାମଲାରେ ଦିଲ୍ଲୀ ପୁଲିସ ମୋଋ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଲଳିତ ଝା ଫେରାର ଥିବା ଜଣାପଡିଛି। ପୁଲିସ ଗୁରୁବାର ଏମାନଙ୍କ ମଧ୍ୟରୁ ଚାରିଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ଜେରା ଆରମ୍ଭ କରିଛି। ବିଭିନ୍ନ କାରଣ ନେଇ ଏମାନେ ସଂସଦରେ ସ୍ବର ଉତ୍ତୋଳନ କରିବାକୁ ମନସ୍ଥ କରିଥିବା ସେମାନେ ପୁଲିସ ଆଗରେ ସ୍ବୀକାର କରିଛନ୍ତି। ବେକାରୀ ସମସ୍ୟାଠାରୁ ଆରମ୍ଭ କରି ଚାଷୀ ଆନ୍ଦୋଳନ ଏବଂ ମଣିପୁରରେ ଘଟିଥିବା ଜାତିଗତ ହିଂସା ଭଳି ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସରକାର ସଂସଦରେ ବିସ୍ତୃତ ଭାବେ ଆଲୋଚନା କରନ୍ତୁ, ସେହି ଲକ୍ଷ୍ୟ ନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା କହିଛନ୍ତି। ସଂସଦ ଭଳି ଏକ ପବିତ୍ର ଅନୁଷ୍ଠାନର ସମ୍ମାନ ହାନି କରିବା କିମ୍ବା ସାଂସଦଙ୍କ ପ୍ରତି କୌଣସି କ୍ଷତି ପହଞ୍ଚାଇବାର ଆକାଂକ୍ଷା ସେମାନଙ୍କର ନଥିଲା। ସମସ୍ତେ ଉଚ୍ଚ ଶିକ୍ଷିତ ହୋଇଥିବାରୁ ଏଭଳି କାର୍ଯ୍ୟର ପରିଣାମ ସମ୍ପର୍କରେ ଯଥେଷ୍ଟ ସଚେତନ ଥିଲେ ବୋଲି ଅଭିଯୁକ୍ତମାନେ ସଫେଇ ଦେଇଛନ୍ତି। କେବଳ ଦର୍ଶକ ଗ୍ୟାଲେରୀରେ ବସି ପାଟିତୁଣ୍ଡ କଲେ ଫଳ ମିଳିବ ନାହିଁ। ତେଣୁ ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁ ହଳଦିଆ ରଙ୍ଗର େସ୍ପ୍ର ଧୂଆଁ ଛାଡିଲେ, ସାଂସଦମାନେ ସେମାନଙ୍କ ପ୍ରତି ଧ୍ୟାନ ଦେବେ ବୋଲି ସେମାନଙ୍କର ବିଶ୍ବାସ ରହିଥିଲା।ସରକାରଙ୍କ ନିକଟରେ କେବଳ ଏକ ବାର୍ତ୍ତା ପହଞ୍ଚାଇବାକୁ ସେମାନେ ଏହି ପନ୍ଥା ଅନୁସରଣ କରିଥିବା ପୁଲିସକୁ କହିଛନ୍ତି। ତେବେ ଏମାନଙ୍କ ପଛରେ କୌଣସି ଆତଙ୍କବାଦୀ ସଂଗଠନ କିମ୍ବା ରାଜନୈତିକ ଦଳର ହାତ ରହିଛି କି ନାହିଁ, ତାହା ଜାଣିବାକୁ ତଦନ୍ତକାରୀ ପୁଲିସ ଅଧିକାରୀମାନେ ଉଦ୍ୟମ କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |