ଆଜିଠାରୁ ଆରମ୍ଭ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର, ୧୫।୧୨: ଆଜିଠାରୁ ଆରମ୍ଭ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା|ଭୁବନେଶ୍ୱରର ଜନତା ମଇଦାନରେ ଆଜିଠାରୁ ଅଷ୍ଟାଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେଉଛି । ଏହି ମେଳାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ଏହି ମେଳାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୪୦୦ରୁ ଊର୍ଦ୍ଧ୍ୱ କାରିଗର ଓ ବୁଣାକାର ଯୋଗଦେବାକୁ ଥିବାବେଳେ ପ୍ରାୟ ୪୦୦ ଷ୍ଟଲ୍‌ ଖୋଲାଯିବ। ଅପରାହ୍ନ ଅଢ଼େଇଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଏହି ମେଳା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ।ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ଖ୍ୟାତନାମା କାରିଗର ଓ ବୁଣାକାର ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ଉତ୍ପାଦକୁ ଏଠାରେ ପ୍ରଦର୍ଶନ ସହିତ ବିକ୍ରୟ କରିବେ। ଅଷ୍ଟାଦଶ ଜାତୀୟ ତୋଷାଳୀ ହସ୍ତଶିଳ୍ପ ମେଳା ଓଡ଼ିଶା ସହ ଭାରତର ଅନ୍ୟ ରାଜ୍ୟଗୁଡ଼ିକର ଜନଜାତିଙ୍କ କଳା, ସଂସ୍କୃତି ଏବଂ ସେମାନଙ୍କ ସାମଗ୍ରୀକୁ ତୋଷାଳୀ ମେଳାରେ ପ୍ରଦର୍ଶନ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!