ପୁରୀ, ୧୬ା୧୨:ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ, ଅର୍ଥାତ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବ ପହିଲି ଭୋଗ। ଆଜି ରାତି ୨ଟାରୁ ଦ୍ୱାର ଫିଟା ଯାଇ ମଙ୍ଗଳା ଆରତି ନୀତି ସମ୍ପନ୍ନ ହେବା ପରେ ରୋଷ ହୋମ ନୀତି ଅନୁଷ୍ଠିତ ହୋଇଛି। ଏହା ସହିତ ମଇଲମ, ଏହି ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ହୋଇଥିବା ନୀତିନିର୍ଘଣ୍ଟ ଅନୁଯାୟୀ ରାତ୍ର ୨ଟା ରୁ ଦ୍ୱାର ଫିଟା ହେବା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି ହୋଇଛି । ଭୋର ୫ ଟା ୩୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ଶେଷ କରିବାର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ଦିବା ପହୁଡ଼ ନୀତି ଦିନ ୨ଟାରେ କରାଯିବ। ଅପରାହ୍ନ ୪ଟା ୩୦ରେ ଦ୍ୱାର ଫିଟା ନୀତି ହେବ।ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ ଲାଗି ହୋଇଛି । ଗୋପାଳବଲ୍ଲଭ ପରେ ପହିଲି ଭୋଗ ସମ୍ପନ୍ନ ହୋଇଛି । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି । କୁହାଯାଏ ଯେ ଆଜିଠାରୁ ମା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ମକର ସଂକ୍ରାନ୍ତି ଯାଏଁ ପହଲି ଭୋଗ ପ୍ରସ୍ତୁତ କରାଯାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |