ସାକ୍ଷୀଗୋପୀନାଥଙ୍କ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଚୋରି

ପୁରୀ ,୧୭।୧୨:ପୁରୀ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥଙ୍କ ଦକ୍ଷିଣ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି।ମନ୍ଦିରର ତାଲା ଭାଙ୍ଗି ୨ଟି ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଛନ୍ତି ଜଣେ ବା ତା’ଠାରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ। ଗୋଟିଏ ହୁଣ୍ଡିରୁ ଟଙ୍କା ଚୋରି ହୋଇଥିବା ବେଳେ ଆଉ ଗୋଟିଏ ହୁଣ୍ଡି ଜରୁରୀ କାଗଜପତ୍ର, ସାକ୍ଷୀଗୋପୀନାଥଙ୍କ ଅଳଙ୍କାର ଓ ମା’ ରାଧାରାଣୀଙ୍କ ପାଉଁଜି ଚୋରି ହୋଇଛି|ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଚୋର ପ୍ରବେଶ କରିଥିବା ବେଳେ ରୋଷଶାଳା ପାଚେରୀ ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଚୋର ଚପଲ ପିନ୍ଧି ମନ୍ଦିରରେ ପ୍ରବେଶ କରିଥିଲେ ବୋଲି ଜଣାପଡ଼ିଛି।ମନ୍ଦିରରୁ ଚୋରି ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୁରୀ ଏଏସ୍‌ପି ବିଷ୍ଣୁ ପ୍ରସାଦ ପତି ଓ ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତିଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଘଟଣାସ୍ଥଳକୁ ଯାଞ୍ଚ କରାଯାଇଛି। ଚୋରଙ୍କୁ ଧରିବାକୁ ପୁଲିସ୍ ପ୍ରୟାସ ଆରମ୍ଭ କରିଛି।ଦୁର୍ବୁତ୍ତ ମାନେ ଚପଲ ପିନ୍ଧି ମନ୍ଦିରରେ ପ୍ରବେଶ କରିଥିବାର ଚିହ୍ନ ରହିଛି । ପୋଲିସ୍ ଓ ଫରେନସିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଛି । ପିପିଲି SDPO ବିରଞ୍ଚି ନାରାୟଣ ପତି, ପୁରୀ ASP ବିଷ୍ଣୁ ପ୍ରସାଦ ପତିଙ୍କ ଉପସ୍ଥିତରେ ତଦନ୍ତ ଆରମ୍ଭ ହୋଇଛି । ହୁଣ୍ଡି ଭିତରେ କେତେ ଟଙ୍କା ଥିଲା ସେ ସମ୍ପର୍କରେ ଏବେ ଯାଏଁ ସୂଚନା ମିଳିନି । ତେଣୁ ସେ ଦିଗରେ ବି ଅନୁଧ୍ୟାନ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!