ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ

ଜୋହାନ୍ସବର୍ଗ ,୧୭।୧୨: ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ରବିବାର ଖେଳାଯିବ। ସ୍ଥାନୀୟ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବାକୁଥିବା ଏହି ମ୍ୟାଚ୍‌ ଜିତି ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଭାରତ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଟି-୨୦ ସିରିଜ ୧-୧ରେ ଅମୀମାଂସିତ ରହିବା ରହବା ପରେ ଦିନିକିଆ ସିରିଜର ଗୁରୁତ୍ୱ ବଢିଯାଇଛି। ଆଇସିସି ଦିନିକିଆ ବିଶ୍ୱକପ୍‌ ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ ଖେଳିବ।ଉଭୟ ଦଳରେ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି। ଏହି ସିରିଜରେ ରାହୁଲ ଉଭୟ ନେତୃତ୍ୱ ଓ ବ୍ୟାଟିଂରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ। ଋତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପଟ୍ଟିଦାର, ରିଙ୍କୁ ସିଂ, ଶ୍ରେୟାସ ଆୟାରଙ୍କ ଭଳି ଯୁବ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅର୍ଶଦୀପ ସିଂ, ମୁକେଶ କୁମାର ଓ ଆଭେସ ଖାନଙ୍କ ଉପରେ ଭାରତୀୟ ଦ୍ରୁତ ବୋଲିଂ ନିର୍ଭର କରିବ। ବହୁଦିନ ପରେ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଏକାଠି ଖେଳୁଥିବାର ଦେଖିବାକୁ ମିଳିବ। କୁଲଦୀପ ପୁଣି ଥରେ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ୱିକେଟକିପର ବ୍ୟାଟର ସଞ୍ଜୁ ସାମସନ ବହୁଦିନ ପରେ ଦିନିକିଆ ଖେଳିବେ। ଅପରପକ୍ଷରେ ଏଡେନ ମାର୍କରାମଙ୍କ ନେତୃତ୍ୱରେ ଘରୋଇ ଦଳ ପଡିଆକୁ ଓହ୍ଲାଇବ।

ଭାରତ: ଲୋକେଶ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ୱାଡ଼, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପଟିଦାର, ଶ୍ରେୟସ ଆୟର, ରିଙ୍କୁ ସିଂ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଷ ଖାନ୍‌, ଅର୍ଶଦୀପ ସିଂ ଓ ଆକାଶଦୀପ।

ଦକ୍ଷିଣ ଆଫ୍ରିକା : ଆଇଡେନ୍‌ ମାର୍କରାମ (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ଟୋନି ଡି ଜୋଜି, ରାସି ଭାନ ଡର ଡୁସେନ, ଡେଭିଡ ମିଲର, ହେନ୍‌ରିକ୍‌ କ୍ଲାସେନ, କାଏଲ ଭେରିନ୍‌, ୱିଆନ ମୁଲ୍ଡର, ଆନ୍ଦିଲ ଫେଲୁକୱାଅ, ଓଟ୍ଟନିଏଲ ବାର୍ଟମ୍ୟାନ୍‌, ନାନ୍ଦ୍ରେ ବର୍ଜର, ଲିଜାର୍ଡ ୱିଲିୟମ୍ସ, ମିହଲାଲି ପୋଙ୍ଗୱାନା, କେଶବ ମହାରାଜ, ତାବ୍ରେଜ୍‌ ସାମ୍‌ସି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!