ଜୋହାନ୍ସବର୍ଗ,୧୭।୧୨: ବିଶ୍ବକପ୍-୨୦୨୩ ପରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଖେଳିଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ସହଜରେ ବିଜୟ ହାସଲ କରିଛି। ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରସ୍ ଷ୍ଟାଡିୟମରେ ଘରୋଇ ଦଳ ବିପକ୍ଷରେ ଭାରତୀୟ ବୋଲର ଓ ବ୍ୟାଟରମାନେ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ୧୧୭ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ୧୬.୪ ଓଭରରେ ୨ଟି ୱିକେଟ ହରାଇ ପୂରା କରିଛି। ଅର୍ଶଦୀପ ସିଂହଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଛି। ଏଥି ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି। ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୧୬ ରନ ସ୍କୋର କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨ ଉଇକେଟ ହରାଇ ମ୍ୟାଚ ଜିତିଥିଲା। ସାଇ ସୁଦର୍ଶନ ଭାରତ ପାଇଁ ଚମତ୍କାର ବ୍ୟାଟିଂ କରି ଅପରାଜିତ ୫୫ ରନ ସ୍କୋର କରିଥିଲେ। ସେ ୪୩ ବଲ୍ର ସମ୍ମୁଖୀନ ହୋଇଥିଲେ ଏବଂ ୯ ଚୌକା ମାରିଥିଲେ। ଶ୍ରେୟାସ ଆୟର ୪୫ ବଲରେ ୫୨ ରନ ସଂଗ୍ରହ କରିଥିଲେ। ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହାପୂର୍ବରୁ ଅର୍ଶଦୀପ ସିଂ ଏବଂ ଆବେଶ ଖାନ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ। ୧୦ ଓଭରରେ ୩୭ ରନ ପାଇଁ ଅର୍ଶଦୀପ ୫ ଉଇକେଟ ନେଇଥିଲେ। ଆବେଶ ଖାନ ୮ ଓଭରରେ ୨୭ ରନ ପାଇଁ ୪ ଉଇକେଟ ନେଇଥିଲେ। କୁଲଦୀପ ଯାଦବ ମଧ୍ୟ ଗୋଟିଏ ସଫଳତା ପାଇଥିଲେ।ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଡିସେମ୍ବର ୧୯ରେ ଖେଳାଯିବ।ଭାରତର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ବାର୍ଡ ଓ ସାଇ ସୁଦର୍ଶନ। ତେବେ ଭାରତୀୟ ଟିମ୍ ନିଜର ସ୍କୋର ୨୩ ଥିବା ବେଳେ ଗାଏକ୍ବାଡଙ୍କୁ ହରାଇଥିଲା। ଗାଏକ୍ବାର୍ଡ ବ୍ୟକ୍ତିଗତ ଭାବେ ୫ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିଥିଲେ ଶ୍ରେୟସ ଆୟର। ସାଇ ଓ ଶ୍ରେୟସ ୨ୟ ୱିକେଟ ପାଇଁ ୮୮ ରନ୍ର ଭାଗିଦାରୀ କରିଥିଲେ। ଏଥିରୁ ଆୟରଙ୍କ ବ୍ୟକ୍ତିଗତ ରନ୍ ୫୨ ଥିଲା। ସେ ୪୫ଟି ବଲ୍ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସାଇ ସୁଦର୍ଶନ ୪୩ଟି ବଲ୍ ଖେଳି ୯ଟି ଚୌକା ବଳରେ ୫୨ ରନ୍ ସଂଗ୍ରହ କରି ଅପରାଜିତ ଫେରିଥିଲେ। ଫଳରେ ପ୍ରଶଂସକ ତାଙ୍କ ପ୍ରଦର୍ଶନରେ ଉତ୍ସାହିତ ଦେଖାଯାଇଥିଲେ। ତିଲକ ବର୍ମା ୩ଟି ବଲ୍ ଖେଳି ଅପରାଜିତ ଗୋଟିଏ ରନ୍ କରିଥିଲେ।ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ଫଳରେ ଭାରତ ବୋଲିଂ କରିଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପୂରା ଟିମ୍ ୨୭.୩ ଓଭରରେ ଅଲ୍ଆଉଟ୍ ହୋଇ ୧୧୬ ରନ୍ କରିପାରିଥିଲେ। ଅର୍ଶଦୀପ ସିଂହଙ୍କୁ ୫, ଆୱେସ ଖାନ୍ଙ୍କୁ ୪ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |