ନୂଆଦିଲ୍ଲୀ, ୧୭।୧୨:ବିଶ୍ୱର ସର୍ବବୃହତ ଡାଇମଣ୍ଡ ବୁର୍ସର ଆଜି ଉଦଘାଟନ । ଗୁଜରାଟର ସୁରତରେ ଆଜି ଏହାକୁ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁରତ ଡାଇମଣ୍ଡ ବୁର୍ସ ହେବ ବିଶ୍ୱର ବୃହତ୍ତମ ହୀରା ବ୍ୟବସାୟ ପେଣ୍ଠସ୍ଥଳ। ଏହାକୁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବିଶାଳ ବୋଲି କୁହାଯାଉଛି।ହି ବିଲ୍ଡିଂ ଟି ପଞ୍ଚତତ୍ତ୍ବ ଥିମରେ 1.48 ଲକ୍ଷ ଚୋରସ ମିଟର ଅଞ୍ଚଳରେ ନିର୍ମିତ ହୋଇଛି । ଯାହାର ନାମ “ସୁରତ ଡାଇମଣ୍ଡ ବୁର୍ସ ” ରଖାଯାଇଛି । ଡାଇମଣ୍ଡ ଟ୍ରେଡିଙ୍ଗ ପାଇଁ ଏହା ନିର୍ମିତ ହୋଇଛି ।ଏହି ବିଲଡିଂକୁ ତିଆରି କରିବାକୁ 4 ବର୍ଷ ସମୟ ଲାଗିଥିଲା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟଭାଇ ରୁପାଣି 22 ଅକ୍ଟୋବର 2016 ରେ 36 ଏକର ଜମିରେ ଏହି ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ । ଦୁବାଇର ବୁର୍ଜ ଖଲିଫା ନିର୍ମାଣରେ 3.30 ଲକ୍ଷ କ୍ୟୁସେକ ମିଟର କଂକ୍ରିଟ ବ୍ୟବହୃତ ହୋଇଥିବା ବେଳେ ସୁରତ ଡାଇମଣ୍ଡ ବୁର୍ସ ରେ 5.00 ଲକ୍ଷ କ୍ୟୁସେକ ମିଟର କଂକ୍ରିଟ ବ୍ୟବହାର କରାଯାଇଛି । ବୁର୍ଜ ଖଲିଫାରେ 39 ହଜାର ଟନ ସ୍ବତନ୍ତ୍ର ଷ୍ଟିଲର ବ୍ୟବହାର ହୋଇଥିବା ବେଳେ ସୁରତ ଡାଇମଣ୍ଡ ବୁର୍ସରେ 55 ହଜାର ଟନ ଷ୍ଟିଲର ଉପଯୋଗ କରାଯାଇଛି । ଆଜିର ଉଦ୍ଘାଟନ ଉତ୍ସବରେ ବ୍ୟାଙ୍କକକ୍, ହଙ୍ଗକଂଗ, ଦୁବାଇ, ଓ ଅନ୍ୟ ଦେଶରୁ 2000 ବିଦେଶୀ ଅତିଥି ସହ ଦେଶର ବିଭିନ୍ନ ସହରରୁ 3000 ଅତିଥି ଙ୍କୁ ନିମନ୍ତ୍ରଣ କରାଯାଇଛି । ଆଜି ସୁରତ ବିମାନବନ୍ଦରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରଟ ପାଇଁ ଏହା ଏକ ପ୍ରମୁଖ ଭିତ୍ତିଭୂମି ଉନ୍ନୟନ, ‘ଜୀବନର ସହଜତା’ ବୃଦ୍ଧି ଏବଂ ସହର ଓ ଏହାର ଆଖପାଖ ଅଞ୍ଚଳ ପାଇଁ ଅଧିକ ବାଣିଜ୍ୟ ସୁନିଶ୍ଚିତ କରିବ । ଅପରାହ୍ନରେ ପ୍ରଧାନମନ୍ତ୍ରୀ କାଶୀରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ୍ ହେବେ । ବାରାଣସୀର ନମୋ ଘାଟରେ କାଶୀ ତାମିଲ ସଙ୍ଗମକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସାଢ଼େ ୩୫ ଏକର ଜାଗାରେ ନିର୍ମିତ ଏହି ହୀରା ବଜାରରେ ୪ହଜାର ୭ଶହରୁ ଅଧିକ ଅଫିସ୍ ରହିଛି । ଏଠାରେ ୬୭ ହଜାର ଲୋକ କାମ କରିପାରିବେ। ଦେଢ଼ ଲକ୍ଷ ଲୋକଙ୍କୁ ସିଧାସଳଖ ନିଯୁକ୍ତ ମିଳିବ। ଏହି ୧୬ ମହଲା କୋଠାରେ ୧୩୧ଟି ଲିଫ୍ଟ ସହ କ୍ଲବ୍, କନଫରେନ୍ସ ହଲ, ହେଲ୍ଥ କ୍ଲବ୍, ରେଷ୍ଟୁରାଁ ଓ ବେଙ୍କ୍ୱେଟ୍ ହଲ୍ ଆଦି ଅତ୍ୟାଧୁନିକ ସୁବିଧା ରହିଛି। ପଞ୍ଚତତ୍ୱ ଥିମରେ ନିର୍ମିତ ଏହି ବିଶାଳ କୋଠାର ନିର୍ମାଣ ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |