ପ୍ରଫେସର ଦୟା ନାଥ ସିଂଙ୍କ ସ୍ମୃତି ସଭା

ରାଉରକେଲା,୧୭/୧୨: ହିନ୍ଦ ମଜଦୁର ସଭା ତରଫରୁ ସମାଜ ବାଦୀ ଶ୍ରମିକ ନେତା ତଥା ରାଉରକେଲା ମଜଦୁର ସଭାର ପ୍ରଥମ ସାଧାରଣ ସମ୍ପାଦକ ପ୍ରଫେସର ଦୟା ନାଥ ସିଂ ୧୬ତମ ମହାପ୍ରୟାଣ ଦିବସ ପାଳନ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତହୋଇଯାଇଛି।ଏହି ଅବସରରେ ରାଉରକେଲା ମଜଦୁର ସଭାର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ବିଜେଡ଼ି ରାଉରକେଲା ମଣ୍ଡଳ ସଭାପତି ଶ୍ରୀ ଗଗନ ପଣ୍ଡା, ମେଡିକାଲ୍ କର୍ମଚାରୀ ସଂଘ ଉପଦେଷ୍ଟା ଦେବେନ୍ଦ୍ରନାଥ ଆଚାର୍ଯ୍ୟ, ମହେଶ୍ଵର ମହାପାତ୍ର, ମହମ୍ମଦ ରଫିଙ୍କ ଖାଁ, ଜଗବନ୍ଧୁ ଜେନା,ଦିଲୀପ ଜେନା, ଲୋକନାଥ ପଣ୍ଡା, ଶୁଭେନ୍ଦୁ ଭୋଇ, ଗୋପାଳ ସିଂ, ଜଗବନ୍ଧୁ ପଟ୍ଟନାୟକ, ପ୍ରଭାତ କୁମାର ପାଗଳ, କାର୍ତିକ ବରାଳ, ଅନାଦି ଭୋଳ, ନଟବର ପାତ୍ର, ଉମେଶ ଚନ୍ଦ୍ର ମଲ୍ଲିକ,ଉମେଶ ଚନ୍ଦ୍ର ନାୟକ, ହରିନାରାୟଣ ସାହା,ରବିନ୍ଦ୍ର ନାରାୟଣ ସିଂ ଗଣେଶ ବାହାଦୁର ,ସୁବଳ ଚନ୍ଦ୍ର ମାଇତି, ରାକେଶ ଗିରି, ହଜାରୀ ତପୋ, ଅସିତ୍ ମାଇତି ପ୍ରଭୃତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ, ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଗଗନ ପଣ୍ଡା ପ୍ରଫେସର ସିଂ ଙ୍କ ଅତି ସାଧାରଣ ଭାବେ ଜୀବନ ଅତିବାହିତ କରିବାକୁ ନେଇ ବକ୍ତବ୍ଯ ରଖିଥିଲେ। ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ତାଙ୍କର ବକ୍ତବ୍ୟରେ କହିଥିଲେ କି ରାଉରକେଲା ମଜଦୁର ସଭା ର ପଞ୍ଜୀକରଣ ପ୍ରମାଣ ପତ୍ର କୁ ୧୯୫୫ ମସିହାରେ ଡିସେମ୍ବର ୧୬ ତାରିଖ ଦିନ କଟକରେ ରାଜକିଶୋର ସାମନ୍ତରାୟ ବା ରାଉରକେଲା ଇସ୍ପାତ କାରଖାନାର ଶ୍ରମିକଙ୍କ ମୁଖ୍ୟ ପଥ ପ୍ରଦର୍ଶକ,ପ୍ରୋଫେସର ସ୍ଵର୍ଗତ ସିଂ ଙ୍କୁ ଦେଇଥିଲେ। ତାଙ୍କର ସାଧାରଣ ଜୀବନ ଯାପନ, ଶ୍ରମିକ ମାନଙ୍କ ପାଇଁ ଆନ୍ତରିକତା ସହିତ କାର୍ଯ୍ୟ କରିବା ଓ ପ୍ରଫେସର ଭବରେ ତାଙ୍କର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ଯ ଉତ୍ତମ୍ ରୂପେ ଶିକ୍ଷା ଦାନ କରିଥିଲେ, ତେଣୁ ତାଙ୍କ ଏହି ପୁଣ୍ଯ ଜୟନ୍ତୀ ଅବସରରେ ତାଙ୍କର ଆଦର୍ଶ ପ୍ରତି ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଶେଷରେ ମହେଶ୍ଵର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!