ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଚାରୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ

ନବରଙ୍ଗପୁର,୧୭/୧୨:(ମିହିର ଶଙ୍କର ପାତ୍ର):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଚେଷ୍ଟା କ୍ରମେ ଓଡିଶା ର ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ ରେ ବାର ଶହ କୋଟିର ଅନୁଦାନ ମିଳି ଥିବା ବେଳେ ଆଜି ଚାରୋଟି ପ୍ରକଳ୍ପ ର ଶିଳାନ୍ୟାସ ହୋଇଛି l ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରୀ, ଓଡିଶା ନିରଞ୍ଜନ ପୂଜାରୀ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ଲୋକପ୍ରିୟ ବିଧାୟକ ଶ୍ରୀ ରନ୍ଧାରୀ ପ୍ରଥମେ ପାପଡାହାଣ୍ଡି ବ୍ଳକ ଖୁଟୁବାଇ ପଞ୍ଚାୟତର ଭଣ୍ଡାରିଗୁଡା ଠାରେ ଓଲମା ଠାରୁ ମାଟିଆଗୁଡା ସେତୁ ୧୪.୮୫ କୋଟି, ଡାବୁଗାଁ ବ୍ଳକ ଘୋଡାଖୁଣ୍ଟା ପଞ୍ଚାୟତ ମିନି ଷ୍ଟାଡିୟମ ଠାରେ ପାରିଆବେଡା ଠାରୁ ଆଟିଗାଁ ବେଲାରୀ ନଦୀ ରେ ସେତୁ ୮ କୋଟି ,ପାପାଡାହାଣ୍ଡି ବ୍ଳକ ଜଟାବାଲ ଠାରେ ଟୁରୀ ନଦୀ ରେ ସେତୁ ୮କୋଟି,କୋଷାଗୁମୁଡା ବ୍ଳକ ଟେମରା ଠାରେ ୪.୫୦କୋଟି ଟଙ୍କା ବ୍ୟୟ ରେ ସେତୁ ନିର୍ମାଣ ପ୍ରକଳ୍ପ ର ଭୂମି ପୂଜନ କରିଛନ୍ତି l ଡାବୁଗାଁ ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ମଞ୍ଚ ପରିଚାଳନା କରିଥିବା ବେଳେ ମନ୍ତ୍ରୀ, ସାଂସଦ, ବିଧାୟକ, ତହସିଲଦାର ସଦାଶିବ ଭତ୍ରl, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନସିଂ ଭତ୍ରl,ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ ଓ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍ ଆପା ରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ସରପଞ୍ଚ, ସମିତି ସଭ୍ଯ, ୱାର୍ଡ ମେମ୍ବର ପ୍ରମୁଖ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିବା ବେଳେ ଅନ୍ୟୁନ ଆଠ ହଜାର ଜନସମାଗମ ହୋଇଥିଲା l ନବରଙ୍ଗପୁର ଡି ଏସ ପି କୃଷ୍ଣ ଚନ୍ଦ୍ର ଭତ୍ରl, ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଓ ଏକ ପ୍ଲାଟୁନ ଫୋର୍ସ ଶାନ୍ତି ଶୃଙ୍ଖଳା ନିମନ୍ତେ ମୁତୟନ ହୋଇଥିଲା l ସେହିପରି ପାପଡାହାଣ୍ଡି ବ୍ଲକ ଜଟାବାଲ ରେ ପାପଡାହାଣ୍ଡି ବ୍ଳକ ସଭାପତି ବିଦ୍ୟାଧର ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ଶିବା ନନ୍ଦ ବିଶୋଇ, ବଦ୍ରି ନାରାୟଣ ସିଂ, ଜଗତ ଜୀବନ ନାୟକ, ଯୁଗଳ ବିଶୋଇ,ରଜନୀ କାନ୍ତ ସାସମଲ, ଶିବ ପ୍ରସାଦ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ୟସବନ୍ତ ନାୟକ ସହ ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ | ହେଲି କ୍ୟାପଟର ଯୋଗେ ଚାରୋଟି ସ୍ଥାନକୁ ଆସିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!