ନାଟ ମଣ୍ଡପ ମରାମତି; ହାଇକୋର୍ଟରେ ରିପୋର୍ଟ ଦାଖଲ

ପୁରୀ,୧୮।୧୨:ହାଇକୋର୍ଟରେ ନାଟମଣ୍ଡବ ମରାମତି ମମଲା। ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତୀ ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି। ନାଟମଣ୍ଡପ ବିମରେ ଲାଗିବାକୁ ଥିବା ଆସେସ ବକ୍ସର ଡିଜାଇନ ପ୍ରସ୍ତୁତ ସହ ଏଥିରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ।ଏଥିପାଇଁ ୧୯ ଡିସେମ୍ବର ରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ ହେବ ବୋଲି ସେ କୋର୍ଟଙ୍କୁ ଅବଗତ କରେଇଛନ୍ତି । ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଜାନୁଆରୀ ୧୮ ସୁଧା ନାଟମଣ୍ଡପ ବିମ ମରାମତି କାମର ଅଗ୍ରଗତି ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!