ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ପରେ ରାଜ୍ୟ ସଭାର ୪୫ ବିରୋଧୀ ଏମ୍ପିଙ୍କୁ ସୋମବାର ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଲୋକସଭା ପରେ ରାଜ୍ୟସଭାର ବି ୪୫ ବିରୋଧୀ ଦଳ ସାଂସଦଙ୍କୁ ସମୁଦାୟ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଛି । ବିଶୃଙ୍ଖଳିତ ଆଚରଣ ଓ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଥିବା ଗୃହର ସଭାପତ ଜଗଦୀପ ଧନଖଡ଼ ସେମାନଙ୍କୁ ନିଲମ୍ବିତ କରିଛନ୍ତି । ଏହା ପୂର୍ବରୁ ଆଜି ଲୋକସଭାରୁ ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି ଯେ, ଅନେକ ସଦସ୍ୟ ଜାଣିଶୁଣି ବେଞ୍ଚକୁ ଅଣଦେଖା କରୁଛନ୍ତି। ବାଧା ଯୋଗୁ ଗୃହ କାର୍ଯ୍ୟ ଚାଲିପାରୁନାହିଁ। ଏହି କାରଣରୁ ଅଧିବେଶନରୁ ଅନେକ ଏମ୍ପିଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ତେବେ ୩୪ ଏମ୍ପିକୁ ଅଧିବେଶନରୁ ନିଲମ୍ବିତ କରାଯାଇଥିବା ବେଳେ ଆଉ ୧୧ ଜଣଙ୍କୁ ଅଧିକାର କମିଟିର ରିପୋର୍ଟ ଆସିବା ନିଲମ୍ବିତ କରାଯାଇଛି।ଗତ ୧୪ ତାରିଖରେ ମଧ୍ୟ ସଂସଦରୁ ୧୩ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ତା ପୂର୍ବରୁ ବି କିଛି ସାଂସଦ ନିଲମ୍ବିତ ଅଛନ୍ତି । ଫଳରେ ଆଜିକୁ ମିଶାଇ ପାଖାପାଖି ୧୦୦ ବିରୋଧୀ ଦଳ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହାର କିଛି ସମୟ ପୂର୍ବରୁ ୩୩ ଜଣ ବିରୋଧୀ ଏମ୍ପିଙ୍କୁ ଲୋକ ସଭାରୁ ନିଲମ୍ବିତ କରାଯାଇଥିଲା। ଏଥିରେ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ୩୦ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ ତିନିଜଣ ସଦସ୍ୟଙ୍କୁ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |