ନୂଆଦିଲ୍ଲୀ:,୧୮।୧୨:କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ସହ ଲିଙ୍କ ରଖିଥିବା ୮ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। କର୍ଣ୍ଣାଟକାର ବଲ୍ଲାରିରୁ ଏମାନଙ୍କୁ ଗିରଫ କରିଛନ୍ତି। ୮ ଆତଙ୍କୀଙ୍କ ଗିରଫଦାରୀ ସହ ଏନଆଇଏ ଗୋଟିଏ ବଡ଼ ଅଘଟଣକୁ ଟାଳି ଦେଇଛି।କାରଣ ଏମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆଇଇଡି ବିସ୍ଫୋରଣ ପାଇଁ ଯୋଜନା କରିଥିଲେ। ଏପରି ଗିରଫଦାରୀ ପୂର୍ବରୁ ଏନଆଇଏ ୪ ଟି ରାଜ୍ୟର ଏକାଧିକ ସ୍ଥାନରେ ରେଡ୍ କରିଥିଲେ।ଗତ ସପ୍ତାହରେ ଏନଆଇଏ ପକ୍ଷରୁ ଆଇଏସର ବିଲ୍ଲାରି ନେଟୱର୍କ ବିରୋଧରେ ମାମଲା କରିଥିଲା। ମାମଲା ରୁଜୁ କରିବା ପର ଠାରୁ ଏନଆଇଏ ରାଜ୍ୟ ପୁଲିସ୍ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ସହାୟତାରେ ଆତଙ୍କବାଦୀମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଥିଲା। ଏବେ ସୁରକ୍ଷା ଏଜେନ୍ସିକୁ ସଫଳତା ମିଳିଛି।ରେଡ ବେଳେ ବିସ୍ଫୋରକ ସାମଗ୍ରୀ ଯଥା ସଲଫର, ପୋଟାସିୟମ ନାଇଟ୍ରେଟ ଓ ଗନ ପାଉଡର ମିଳିଥିଲା। ଏହାବାଦ ଅନେକ ଅସ୍ତ୍ରଶସ୍ତ୍ର ଓ କିଛି ଦସ୍ତାବିଜ ଜବତ କରାଯାଇଥିଲା। ଦସ୍ତାବିଜରେ ବିସ୍ଫୋରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଥିଲା। ଏନଆଇଏ ଏକାଧିକ ଡାଗର୍ସ, ନଗଦ ଟଙ୍କା ଓ ଡିଜିଟିଲା ଡିଭାଇସ ମଧ୍ୟ ଅଭିଯୁକ୍ତମାନଙ୍କ ଠିକଣାରୁ ହାସଲ କରିବାକୁ ସକ୍ଷମ ହୋଇଛି।ବିଲ୍ଲାରିରେ ଚାଲିଥିବା ନେଟୱର୍କର ମୁଖ୍ୟ ହେଉଛି ମିନାଜ ଓରଫ ମହମ୍ମଦ ସୁଲେମାନ। ତାକୁ ଏନଆଇଏ ଗିରଫ କରିବାକୁ ସକ୍ଷମ ହୋଇଛି। ଏନଆଇଏକୁ ଏହି ଅପରେସନରେ ରାଜ୍ୟ ପୁଲିସ୍ ସବୁ ପ୍ରକାରର ସହାୟତା କରିଥିଲା। କର୍ଣ୍ଣାଟକାର ବଲ୍ଲାରି, ବେଙ୍ଗାଲୁରୁ, ପୁଣେ, ମହାରାଷ୍ଟ୍ରର ମୁମ୍ବାଇ, ଦିଲ୍ଲୀ ଓ ଝାରଖଣ୍ଡର ବୋକାରୋରେ ଏକକାଳୀନ ରେଡ କରି ଏପରି ଗିଫଦାରୀ ହୋଇଛି।ଏହି ଆତଙ୍କବାଦୀମାନେ ଆଇଏମ ଆପ ଜରିଆରେ ପରସ୍ପରର ଲିଙ୍କରେ ରହିଥିଲେ। ସେମାନେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆଇଇଡି ବସ୍ଫୋରଣ କରିବାକୁ ଯୋଜନା କରିଥିଲେ। ସେମାନେ କଲେଜ ଶିକ୍ଷାର୍ଥୀଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରି ନିଜ ସଂଗଠନରେ ସାମିଲ କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ ବୋଲି ଏନଆଇଏ କହିଛି।ଏପଟେ ଓଡ଼ିଶାରୁ ଧରାପଡ଼ିଥିବା ସନ୍ଦିଗ୍ଧ ଆତଙ୍କୀ ବୁଖାରୀର ରିମାଣ୍ଡ ମାଗିଲା କ୍ରାଇମବ୍ରାଞ୍ଚ। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ଚଣ୍ଡୀଖୋଲ JMFC ରେ ଆବେଦନ କରିଛି STF । କୋର୍ଟଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। କୋର୍ଟ ହଁ କହିଲେ, ବୁଖାରିକୁ ରିମାଣ୍ଡରେ ନେଇ ଘାଣ୍ଟିବ କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି STF ଏସ୍.ପି କହିଛନ୍ତି। ଏଥିସହ ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡିଶା ଆସିପାରନ୍ତିବୋଲି ସୂଚନା ମିଳିଛି। ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |