ଥିରୁଭାନନ୍ତପୁରମ,୧୮।୧୨: ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କର୍ନାଟକ ସରକାର ସଂକ୍ରମଣର ନୂଆ ଭାରିଏଣ୍ଟ ଜେଏନ-୧ (କୋଭିଡ ସବ ଭାରିଏଣ୍ଟ ଜେଏନ-୧) ବିଷୟରେ ସତର୍କ କରାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋମବାର ଏକ ଆଡଭାଇଜରି ଜାରି କରିଛନ୍ତି। ଏହା ମାଧ୍ୟମରେ ସେ ବରିଷ୍ଠ ନାଗରିକ ଏବଂ ଅନ୍ୟ ରୋଗରେ ପୀଡିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।ଦେଶରେ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ମହାମାରୀ କୋଭିଡ-୧୯। ଦେଶରେ ଦିନକରେ ୩ଶହରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ସହ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ଦେଖି ବେଳେ ଚାରିଆଡେ ଲୋକଙ୍କ ମଧ୍ୟରେ ଛନକା ପଶିଛି। କେବଳ ସେତିକି ପ୍ରଶାସନ ମଧ୍ୟ ସଜାଗ ହୋଇଉଠିଛି। ଲୋକଙ୍କୁ ପୁଣି ଥରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି |ସେ ସରକାରୀ ଡାକ୍ତରଖାନାଗୁଡ଼ିକୁ ସତର୍କ ରହିବାକୁ କହିଛନ୍ତି ଏବଂ ସମଗ୍ର ପରିସ୍ଥିତି ଉପରେ ନଜର ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନାଗୁଡ଼ିକୁ କରୋନା ମାମଲା ବିଷୟରେ ସୂଚନା ପଠାଇବାକୁ କୁହାଯାଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପୁଣି ଥରେ ମାସ୍ ଟେଷ୍ଟି ବା ସମୁହ ପରୀକ୍ଷା ଆରମ୍ଭ ହେବ ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କର ଶ୍ୱାସକ୍ରିୟାରେ ସମସ୍ୟା ରହିଛି ସେମାନଙ୍କୁ ବାଧ୍ୟତାମୂଳକ ପରୀକ୍ଷା କରିବାକୁ ପଡିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାରା ଦେଶରେ କୋଭିଡର ୧୮୦୦ରୁ ଅଧିକ ମାମଲା ମଧ୍ୟରୁ କେରଳରେ୧୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରବିବାର ସୁଦ୍ଧା ୫ଜଣଙ୍କ ମୃତ୍ୟୁ ଘଟିଛି, ଏହା ପରେ କର୍ନାଟକ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |