ଭୁବନେଶ୍ବର ,୧୮।୧୨: ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ସୋମବାର ପୁଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। କରଞ୍ଜିଆରୁ ବାରିପଦା ଆସୁଥିବା ପୁଲିସ ରିଜର୍ଭର ଏକ ଭ୍ୟାନର ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍ ସହିତ ଧକ୍କା ହୋଇଥିଲା ବୋଲି ଜଣାପଡ଼ିଛି। ସମସ୍ତଙ୍କୁ ବାଙ୍ଗିରିପୋଷି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ କେହି ଗୁରୁତର ନଥିବା ସୂଚନା ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |