ଭୂମିକମ୍ପରେ ଥରିଲା ଚୀନ

ନୂଆଦିଲ୍ଲୀ,୧୯ା୧୨ : ଚୀନରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ୫.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଚୀନ ଭୂମିକମ୍ପ ନେଟୱାର୍କ କେନ୍ଦ୍ର (CENC) ଦ୍ୱାରା ଏହି ଭୂମିକମ୍ପ ବିଷୟରେ ସୂଚନା ଦିଆଯାଇଛି।ଭୂମିକମ୍ଫରେ ଶତାଧିକ ଲୋକଙ୍କ ମୃତ୍ୟୁ ।  2 ଶହରୁ ଅଧିକ ଲୋକ ଆହତ । ମଧ୍ୟରାତ୍ରିରେ ଥରି ଉଠିଲା ଚୀନର ଚୀନର ଗାଂସୁ ପ୍ରାନ୍ତ ।  ଭୁସୁଡ଼ି ପଡ଼ିଲା ବଡ଼ ବଡ଼ କୋଠା । ରିକ୍ଟର ସ୍କେଲ୍‌ରେ ତୀବ୍ରତା 6.2 ରହିଥିଲା । ବର୍ତ୍ତମାନ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।ଏହାର କିଛି ଘଣ୍ଟା ପୂର୍ବରୁ ଚୀନ୍‌ର ଗାନସୁ ଏବଂ କିନଘାଇ ପ୍ରଦେଶରେ ୬.୨ ମ୍ୟାଗ୍ନିଚ୍ୟୁଡର ଭୟଙ୍କର ଭୂକମ୍ପ ଘଟିଥିଲା ​​ଯେଉଁଥିରେ ଅତି କମରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଚୀନର ଗାନସୁରେ ୪୭୦୦ ଘର ନଷ୍ଟ ହୋଇଯାଇଛି। ସିସିଟିଭି ନ୍ୟୁଜ୍ ରିପୋର୍ଟ କରିଛି ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ଥିଲା। ଏହା ବ୍ୟତୀତ ଚୀନ୍ ନ୍ୟୁଜ୍ ଚ୍ୟାନେଲ୍ ରିପୋର୍ଟ କରିଛି ଯେ, ଏହି ଅଞ୍ଚଳରେ ଜଳ, ବିଦ୍ୟୁତ୍ ଏବଂ ପରିବହନ ସେବା ସ୍ଥଗିତ ରହିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!