ଜାଲ୍‌ ସାର୍ଟିଫିକେଟରେ କରୁଥିଲେ ଚାକିରି,୪ ନକଲି ଶିକ୍ଷକ ବିଦା

ବଲାଙ୍ଗିର ,୧୯ା୧୨ :ଜାଲ୍‌ ସାର୍ଟିଫିକେଟର ଚେର ବଲାଙ୍ଗିର ଜିଲ୍ଲାରେ ମାଡ଼ିଥିବା ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ତାହା ଏବେ ସମଗ୍ର ରାଜ୍ୟରେ ଲମ୍ବିଥିବା ଜଣାଯାଇଛି। ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ଘଟଣା ପୁରୀ ଜିଲ୍ଲାରେ ବି ପଦାକୁ ଆସିଛି।ବଲାଙ୍ଗିର ଜିଲ୍ଲାରେ ଜାଲ୍‌ ସାର୍ଟିଫିକେଟର ଚେର ମାଡ଼ିଥିବା ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ପୁରୀ ଜିଲ୍ଲାରେ ମଧ୍ୟ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ପୁରୀ ଜିଲ୍ଳା କୃଷ୍ଣପ୍ରସାଦ ବ୍ଲକରେ କାର୍ଯ୍ୟରତ ୪ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲା ମୁଖ୍ୟ ଶିକ୍ଷାଧୀକାରୀ ।ଏପରି ଏକ ସାଂଘାତିକ ଅଭିଯୋଗରେ ବହିଷ୍କୃତ ହୋଇଛନ୍ତି ୪ ଶିକ୍ଷକ । ଏହି ୪ ଶିକ୍ଷକ ସ୍କୁଲର କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ଜଣାଯାଇଛି।ସେମାନେ ହେଲେ କୃଷ୍ଣପ୍ରସାଦ ବ୍ଳକ୍ ଖିରିସାହି ପିୟୁପିଏସ ସ୍କୁଲର ସତ୍ୟସୁନ୍ଦର ବିଶ୍ୱାଳ, ସରକାରୀ ପିପିଏସ ବିରିପଦର ସ୍କୁଲର ସୁରେଶ ଚନ୍ଦ୍ର ପଲେଇ, ଓରା ସିପିଏସର ସୌଦାମିନୀ ପ୍ରଧାନ ଏବଂ ଚର୍ଚ୍ଚିକା ୟୁ ଜିଓପି ସ୍କୁଲର ନନ୍ଦ କିଶୋର ସେଠୀ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ବିଏଡ ସାର୍ଟିଫିକେଟ ଫେକ୍‌  ବୋଲି ଜଣା ପଡ଼ିଥିବା ବେଳେ ସତ୍ୟସୁନ୍ଦର ବିଶ୍ୱାଳଙ୍କର ବିଏସସି ସାର୍ଟିଫିକେଟ ଫେକ୍‌ ଥିବା ଜଣାଯାଇଛି।ଏହି ୪ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆସିବା ପରେ ପ୍ରାୟ ବର୍ଷେ ହେବ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଯାଇଥିଲା। ଏବେ ଯାଞ୍ଚର ଫଳାଫଳ ଆସିଛି। ଏନେଇ ତଥ୍ୟ ସାମନାକୁ ଆସିବା ପରେ  ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ବିଶ୍ଵଜିତ ଘୋଷ ସେମାନଙ୍କୁ ଚାକିରିରୁ ବିଦା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!