ଜିକ୍ୱେବ୍ରା, ୧୯ା୧୨ : ଆଜି ଦ୍ୱିତୀୟ ଦିନିକିଆ। ଗ୍ୱେବେରାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ ଜିତି ଭାରତ ୩ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ଆଗୁଆ କବ୍ଜା କରିବାର ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକା ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଘରୋଇ ଦଳ ବିପକ୍ଷରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ ୮ ଉଇକେଟରେ ଜିତିଥିବାରୁ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଆଗୁଆ କବ୍ଜା କରିନେବାକୁ ଚାହିଁବ।ମ୍ୟାଚରେ ରଜତ ପଟିଦାର କିମ୍ବା ରିଙ୍କୁ ସିଂଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ। ପ୍ରଥମ ମ୍ୟାଚରେ ଦୁଇ ଯୁବ ଖେଳାଳି ଅର୍ଶଦୀପ ସିଂ ଓ ଆଭେସ ଖାନ୍ ନିଖୁଣ ବୋଲିଂ କରିଥିଲେ, ଫଳରେ ଭାରତ ଏକତରଫା ଭାବେ ମ୍ୟାଚ ଜିତି ନେଇଥିଲା।ଏପରିକି ରିଜର୍ଭ ଖେଳାଳି ଶ୍ରେୟସ ଆୟରଙ୍କୁ ସୁଯୋଗ ଦେଇପାରେ। କାରଣ ରବିବାର ଗେମ୍ ପରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ମ୍ୟାଚ ‘ବକ୍ସିଂ ଡେ’ଠାରୁ ଆରମ୍ଭ ହେବ। ଏଥିଲାଗି ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଶ୍ରେୟସ ସ୍ଥାନ ପାଇଛନ୍ତି।
ଭାରତର ଏକାଦଶ ସମ୍ଭାବ୍ୟ ତାଲିକାରେ ଋତୁରାଜ ଗାଏକ୍ଵାଡ, ସାଇ ସୁଦର୍ଶନ, ତିଳକ ବର୍ମା, କେଏଲ୍ ରାହୁଲ (ଅଧିନାୟକ), ରଜତ ପଟିଦାର/ରିଙ୍କୁ ସିଂହ, ସଂଜୁ ସାମସନ, ଅକ୍ଷର ପଟେଲ, ମୁକେଶ କୁମାର, କୁଲଦୀପ ଯାଦବ, ଆୱେସ ଖାନ, ଅର୍ଶଦୀପ ସିଂହ ପ୍ରମୁଖ ରହିଛନ୍ତି।
ସେହିପରି ଦକ୍ଷିଣ ଆଫ୍ରିକାର ଏକାଦଶ ସମ୍ଭାବ୍ୟ ତାଲିକାରେ ରିଜା ହେଣ୍ଡ୍ରିକ୍ସେ, ଟନି ଡି’ଜୋର୍ଜି, ରାଶି ଭାନ୍ ଡର ଡୁସେନ, ଐଦେନ ମାର୍କରାମ (ଅଧିନାୟକ), ହେନରିକ୍ କ୍ଲାସେଁ, ଡେଭିଡ ମିଲର, ଆନ୍ଦିଲେ ଫେଲୁକ୍ଵାୟୋ, କେଶବ ମହାରାଜ, ନନ୍ଦ୍ରେ ବର୍ଗର, ୱିଆନ୍ ମୁଲଡର, ତାବ୍ରେଜ ସାମ୍ସି ପ୍ରମୁଖ ରହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |