ନୂଆଦିଲ୍ଲୀ,୧୯ା୧୨:ଆଇପିଏଲର ୧୭ତମ ସଂସ୍କରଣ ପାଇଁ ଆଜି ହେବ ନିଲାମୀ ପ୍ରକ୍ରିୟା। ଦୁବାଇରେ ମିନି ଅକ୍ସନ ନେଇ ସରିଛି ପ୍ରସ୍ତୁତି। ୧୦ ଫ୍ରାଞ୍ଚାଇଜ୍ ଟିମ୍ ନିଜ ନିଜର ପାଣ୍ଠି ନେଇ ଦୁବାଇରେ ପହଞ୍ଚି ଯାଇଛନ୍ତି। ଏଥର ଅନକ୍ୟାପ୍ ପ୍ଲେୟରଙ୍କ ଉପରେ ବିଶେଷ ଧ୍ୟାନ ରଖିଛି ବିସିସିଆଇ।ଆଜି ଦୁବାଇରେ ହେବ ଆଇପିଏଲ୍ ମିନି ଅକ୍ସନ । ପ୍ରଥର ଥର ପାଇଁ ବିଦେଶରେ ହେବାକୁ ଯାଉଛି ଅକ୍ସନ । ମିନି ଅକ୍ସନରେ ବିଶ୍ୱର ୩୩୩ ଜଣ ଖେଳାଳିଙ୍କ ନାମ ସର୍ଟ ଲିଷ୍ଟେଡ୍ ହୋଇଛି। ଏମାନଙ୍କ ମଧ୍ୟରୁ ୨୧୪ ଜଣ ଭାରତୀୟ କ୍ରିକେଟର ଥିବାବେଳେ ୧୧୯ ଜଣ ବିଦେଶୀ ଖେଳାଳି ଅଛନ୍ତି। ମୋଟ ସର୍ଟ ଲିଷ୍ଟେଡ୍ ପ୍ଲେୟରଙ୍କ ମଧ୍ୟରୁ ୧୧୬ ଜଣ କ୍ୟାପ୍ଡ(ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା) ପ୍ଲେୟର୍ ଥିବାବେଳେ ୨୧୫ ଅନକ୍ୟାପ୍ଡ(ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିବା) ପ୍ଲେୟର୍ ଅଛନ୍ତି।୨୩ ଜଣ ଖେଳାଳିଙ୍କ ସର୍ବାଧିକ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେହିପରି ଦେଢ କୋଟି ବେସ୍ ପ୍ରାଇସ ମଧ୍ୟରେ ଅଛନ୍ତି ୧୩ ଜଣ ଖେଳାଳି। ଟିମ୍ ଗଠନ ପାଇଁ ମୋଟ ୧୦ ଫ୍ରାଞ୍ଚାଇଜ୍ ନିକଟରେ ୭୭ ସ୍ଲଟ୍ ଥିବାବେଳେ ଏଥିରୁ ୩୦ ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି। ତେବେ ଏହି ମିନି ଅକ୍ସନରେ କେଉଁ ପ୍ଲେୟର୍ କେଉଁ ଦଳକୁ ଯାଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |