ବାଘ ଚମଡ଼ା ବିକ୍ରି, ଧରାପଡ଼ିଲେ ୩ ଓଡ଼ିଆ ଯୁବକ

ଭୁବନେଶ୍ୱର,୧୯।୧୨:ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି ରାକେଟରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ କାବୁ କରିଛି ବନ ବିଭାଗ। ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି କରିବାକୁ କରୁଥିଲେ ଡିଲ୍‌ । କିନ୍ତୁ ଡିଲ୍‌ ଫାଇନାଲ୍‌ ହେବା ପୂର୍ବରୁ ମାଡ଼ି ବସିଲା ବନ ବିଭାଗ । ବାଘ ଚମଡ଼ା ବିକ୍ରି ଅଭିଯୋଗରେ ଏଡି ୩ ଅଭିଯୁକ୍ତ ବନ୍ଧା ହୋଇଥିବା ବେଳେ ସେମାନେ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନି। ଗିରଫ ୩ ଜଣ ହେଲେ ବିଶେଶ୍ୱର ବାଗ, ଉପେନ୍ଦ୍ର ବାଗ ଏବଂ ରାଜେନ୍ ନାଗ୍ ।ପଶ୍ଚିମବଙ୍ଗକୁ ବାଘ ଚମଡ଼ା ବିକ୍ରି ପାଇଁ ଯାଇଥିବାବେଳେ ଏହି ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏମାନେ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ କରୁଥିଲେ। ବାଘ ଚମଡ଼ାକୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ବନ ବିଭାଗ କାବୁ କରିଛି।ସୂଚନା ଅନୁସାରେ ୩ ଅଭିଯୁକ୍ତ ଓଡ଼ିଶାରୁ ବାଘ ଚମଡ଼ା ନେଇ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରେ ସେମାନେ ଉକ୍ତ ଚମଡ଼ାକୁ ୧୦ ଲକ୍ଷରେ ବିକ୍ରି କରିବାକୁ ଉଦ୍ୟମ ଚଳାଇଥିଲେ । ମାତ୍ର ଏନେଇ ବନ ବିଭାଗ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଉକ୍ତ ୩ ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିଲା ।ଯୋଜନା ମୁତାବକ ଚଢ଼ାଉ କରାଯାଇ ସମସ୍ତ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ବାନ୍ଧିଥିବା ବେଳେ ସେମାନଙ୍କ ନିକଟରୁ ବାଘ ଚମଡ଼ା ଜବତ କରିଛି ।  ଏହି ତେବେ ଏହି ୩ ଅଭିଯୁକ୍ତ ଓଡ଼ିଶାର କେଉଁ ଜିଲ୍ଲାର, ତାହା ଜଣା ପଡ଼ିନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!