ନୂଆଦିଲ୍ଲୀ,୨୦।୧୨ : ସାବିତ୍ରୀ ଜିନ୍ଦଲ ଦେଶର ସବୁଠୁ ଧନୀ ମହିଳା ହେବାର ମାନ୍ୟତା ଲାଭ କରିଛନ୍ତି। ୨୦୨୩ରେ ସାବିତ୍ରୀଙ୍କ ମୋଟ ସମ୍ପତ୍ତିରେ ୯୬୦ କୋଟି ଡଲାର ବୃଦ୍ଧି ପାଇବା ପରେ ସେ ଧନୀ ମହିଳାଙ୍କ ତାଲିକାର ଶୀର୍ଷରେ ରହିଛନ୍ତି। ସାବିତ୍ରୀଙ୍କ ମୋଟ ସମ୍ପତ୍ତି ପରିମାଣ ୨୫୩୦ କୋଟି ଡଲାର। ତାଙ୍କ ମାଲିକାନାରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର, ଜେଏସଡବ୍ଲ୍ୟୁ ଏନର୍ଜି, ଜିନ୍ଦଲ ଷ୍ଟେନଲେସ୍ ଇତ୍ୟାଦି କମ୍ପାନୀ ରହିଛି।ତେବେ ବ୍ଲୁମ୍ବର୍ଗ ତରଫରୁ ପ୍ରକାଶିତ କୋଟିପତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାଲିକ ମୁକେଶ ଅମ୍ବାନୀ ୯୨୩୦ କୋଟି ଡଲାର ସମ୍ପତ୍ତି ସହ ଦେଶର ସବୁଠାରୁ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |