ସାତ୍ତ୍ୱିକ-ଚିରାଗଙ୍କୁ ଖେଳରତ୍ନ, ସାମି ପାଇବେ ଅର୍ଜ୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୨୦ା୧୨: ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୩ ପାଇଁ ଖେଳାଳିଙ୍କ ନାଁ  ଘୋଷଣା ହୋଇଛି । ବର୍ଷ ୨୦୨୩ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଏସିଆନ ଗେମ୍ସରେ ଭାରତ ପାଇଁ ରେକର୍ଡ ସ୍ୱର୍ଣ୍ଣ ଜିତିଥିବା ଦୁଇ ଷ୍ଟାର ବ୍ୟାଡମିଣ୍ଟନ କ୍ରୀଡ଼ାବିତ୍ ଚିରାଗ ସେଟ୍ଟୀ ଏବଂ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ପାଇବେ ମେଜର ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାର। ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ସମେତ ୨୬ ଖେଳାଳିଙ୍କୁ ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ଏନେଇ ବୁଧବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଜାତୀୟ କ୍ରୀଡ଼ା ପୁରସ୍କାର ବିଜୟୀମାନଙ୍କୁ ଜାନୁଆରୀ ୯ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ।ଭାରତୀୟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସମେତ ମୋଟ ୨୬ ଖେଳାଳିଙ୍କୁ ଅର୍ଜ୍ଜୁନ ପୁରସ୍କାର ମିଳିବ । ଅନ୍ୟପଟେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଷ୍ଟାର ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡିକୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ସମ୍ମାନ ମିଳିବ । ଆସନ୍ତା ଜାନୁଆରୀ ୯ରେ ଏହି ସମ୍ମାନ ପ୍ରଦାନ କରାଯିବ । ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ସମସ୍ତ ଖେଳାଳି ରାଷ୍ଟ୍ରପତିଙ୍କ ହାତକୁ ସମ୍ମାନ ଗ୍ରହଣ କରିବେ । ବ୍ୟାଡମିଣ୍ଟନ କୋର୍ଟରେ କମାଲ କରିଥିବା ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ଖେଳ ରତ୍ନ ଦିଆଯିବ । ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଭାରତର ସର୍ବୋଚ୍ଚ ଖେଳ ସମ୍ମାନ ଅଟେ । କେନ୍ଦ୍ର ସରକାର ଯୁବ ଓ ଖେଳ ମନ୍ତ୍ରାଳୟ ଦ୍ୱାରା ପ୍ରତିବର୍ଷ ଏହି ସମ୍ମାନ ଦିଆଯାଇଥାଏ ।

ଖେଳ ରତ୍ନ ପୁରସ୍କାର- ଚିରାଗ ସେଟ୍ଟୀ- ବ୍ୟାଡମିଣ୍ଟନ, ସାତ୍ବିକସାଇରାଜ ରାଙ୍କି ରେଡ୍ଡୀ- ବ୍ୟାଡମିଣ୍ଟନ

ଅର୍ଜୁନ ପୁରସ୍କାର- ଓଜସ ପ୍ରବୀଣ ଦେଓତାଲେ- ତୀରନ୍ଦାଜି, ଅଦିତି ଗୋପୀଚାନ୍ଦ ସ୍ୱାମୀ- ତୀରନ୍ଦାଜି, ଶ୍ରୀଶଙ୍କର- ଆଥଲେଟିକ୍ସ, ପାରୁଲ ଚୌଧୁରୀ- ଆଥଲେଟିକ୍ସ, ମହମ୍ମଦ ହୁସାମୁଦ୍ଦିନ- ବକ୍ସର, ଆର ବୈଶାଳୀ- ଚେସ୍, ମହମ୍ମଦ ସାମି- କ୍ରିକେଟ୍, ଅନୁଷ ଅଗ୍ରୱାଲ- ଅଶ୍ୱାରୋହୀ, ଦିକ୍ଷା ଡାଗର- ଗଲ୍ଫ, କ୍ରିଷନ ବାହାଦୁର ପାଠକ- ହକି, ସୁଶୀଲା ଚାନୁ- ହକି, ପବନ କୁମାର- କବାଡି, ରିତୁ ନେଗି- କବାଡି, ନସରିନ- ଖୋଖୋ, ପିଙ୍କି- ଲନ୍ ବାଉଲ୍ସ, ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମାର- ଶୁଟିଂ, ଇଶା ସିଂହ- ଶୁଟିଂ, ହରିନ୍ଦର ପାଲ ସିଂହ- ସ୍କ୍ୱାଶ, ଆୟିକା ମୁଖାର୍ଜୀ- ଟେବୁଲ ଟେନିସ, ସୁନୀଲ କୁମାର- କୁସ୍ତି, ଆଣ୍ଟିମ୍- କୁସ୍ତି, ରୋଶିବିନା ଦେବୀ- ଉଶୁ, ଶୀତଲ ଦେବୀ- ପାରା ତୀରନ୍ଦାଜି, ଅଜୟ କୁମାର- ଦୃଷ୍ଟିହୀନ କ୍ରିକେଟ, ପ୍ରାଚୀ ଯାଦବ- ପାରା କ୍ୟାନୋଇଙ୍ଗ୍।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!