ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଲାଣି

ରାଉରକେଲା,୨୦।୧୨: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ କେନ୍ଦ୍ରକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଉଲକେଲାକୁ ତୁରନ୍ତ କେନ୍ଦ୍ରୀୟ ସହାୟତା ମିଳୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଦାବି ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି । ଏହା ସହ ବ୍ୟକ୍ତିଗତ ଭାବେ ସେ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର କହିଛନ୍ତି । ଅନ୍ୟପଟେ ଏହି ଝାଡ଼ାବାନ୍ତିରେ ୬ ନୁହେଁ ବରଂ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି।ରାଉରକେଲାର ସ୍ୱାସ୍ଥ୍ୟ ଅବସ୍ଥା ବେହାଲ୍‌। ବ୍ୟାପୀ ଚାଲିଛି ଝାଡ଼ାବାନ୍ତି। ଗୋଟିଏ ପଡ଼ାରୁ ଅନ୍ୟ ପଡ଼ାକୁ ଡେଉଁଛି ଝାଡ଼ାବାନ୍ତି। ଯେଉଁଥିରେ ଗଲାଣି ସରକାରୀ ଭାବେ ୬ ଜଣଙ୍କ ପ୍ରାଣ। ହେଲେ ବେସରକାରୀ ଭାବେ ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି |ରାଉରକେଲାର ଛେଣ୍ଡ କଲୋନୀଠୁ ଆରମ୍ଭ କରି ସିଭିଲ୍‌ ଟାଉନସିପ୍, ପାନପୋଷରୁ କୋଏଲ ନଗର; ଏବେ ସବୁଠି ସ୍ଥିତି ଗମ୍ଭୀର। ଝାଡ଼ାବାନ୍ତିରେ ସରକାରୀ ଭାବେ ପାନପୋଷର ଗ୍ଲାସନ ସାମନ୍ତ(୩୮), ଉଦିତନଗର ନାନ୍ସି ଦୁବେ(୭୫) ଓ ଅହଲ୍ୟା ନାଏକ(୭୦) ତରକେରାର ଫୁଲ ଟୋଲି ଗୌଡ (୨୩), ସେକ୍ଟର -୨୧ର ସରୋଜିନୀ ଖଣ୍ଡାୟତ(୪୯) ଏବଂ ବନ୍ଧମୁଣ୍ଡା ତିଲକା ନଗରର ଅଞ୍ଜଳି(୮)ଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମୃତ୍ୟୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!