ନୂଆଦିଲ୍ଲୀ, ୨୦।୧୨: ଆପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍ ଲୋକସଭାରେ ପାରିତ ହୋଇଛି। ଲୋକସଭାରେ ପାସ୍ ହେଲା ନୂଆ କ୍ରାଇମ ବିଲ୍ । ଭାରତୀୟ ନ୍ୟାୟ ସଂହିତା ବିଲ୍ ଲୋକସଭାରେ ପାସ୍ । ସମସ୍ତ ୩ଟି ସଂଶୋଧିତ ବିଲ୍ ଲୋକସଭାରେ ପାସ୍ । ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ବିଲ୍ରେ ବ୍ୟବସ୍ଥା। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ନୂଆ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ନେଇ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।ଏହି ତିନିଟି ସଂଶୋଧିତ ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍। ଭାରତର ଇବ୍ରିଟିଶ ଅମଳରୁ ଚାଲି ଆସୁଥିବା ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବ।ଏହି ତିନି ନୂତନ ବିଲ୍ ଅନୁଯାୟୀ ଗଣ ବଳାତ୍କାର ମାମଲାରେ ବର୍ତ୍ତମାନ ଏହି ବିଲରେ ୨୦ ବର୍ଷ ଜେଲ କିମ୍ବା ଆଜୀବନ କାରାଦଣ୍ଡ ପ୍ରାବଧାନରହିଛି । ଏହା ବ୍ୟତୀତ ମିଛ ପ୍ରତିଶୃତି ଦେଇ କିମ୍ବା ପରିଚୟ ଲୁଚାଇ ଯୌନ ସମ୍ପର୍କ ରଖିବା ମଧ୍ୟ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବ। ଏଥିରେ ୧୮ ବର୍ଷରୁ କମ୍ ଝିଅକୁ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଛି।ଏହା ବ୍ୟତୀତ ଯୌନ ହିଂସା ମାମଲାରେ କେବଳ ମହିଳା ନ୍ୟାୟିକ ମାଜିଷ୍ଟ୍ରେଟ ଏହି ବିବୃତ୍ତି ରେକର୍ଡ କରିବେ। ପୀଡିତାଙ୍କ ବିବୃତ୍ତି ତାଙ୍କ ବାସଭବନରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସାମ୍ନାରେ ରେକର୍ଡ ହେବ। ବିବୃତ୍ତି ରେକର୍ଡ କରିବା ସମୟରେ ପୀଡିତାଙ୍କ ମା / ପିତା କିମ୍ବା ଅଭିଭାବକ ଉପସ୍ଥିତ ରହିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |